ନବୀନଙ୍କ ପ୍ରଶଂସା ଦିଲ୍ଲୀ ଦରବାରରେ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ବୁଧବାର) ଭୁବନେଶ୍ୱର :- ରାଜ୍ୟ ଶାସନ ଭାର ନେବା ଦିନ ଠାରୁ ଅନେକ ସଫଳତା ତାଙ୍କୁ ମିଳିସାରିଲାଣି । ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ ବିଶ୍ବ ଦରବାରରେ ଓଡ଼ିଶାକୁ ଏକ ପରିଚୟ ଦେବା ତାଙ୍କୁ ଲୋକପ୍ରିୟତାର ଶୀଖରେ ପହଞ୍ଚାଇଛି । 3ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନବୀନ ମଙ୍ଗଳବାର ସଂସଦର ବିଜେଡି କାର୍ଯ୍ୟାଳୟରେ ସଂସଦୀୟ ଦଳ ବୈଠକରେ ଯୋଗଦେଇଥିଲେ । ତେବେ ସଂସଦରେ ଉପସ୍ଥିତ ଥିବା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର ସୁଯୋଗକୁ ହାତ ଛଡ଼ା କରିନଥିଲେ ଅନ୍ୟ ଦଳର ନେତା ନେତ୍ରୀ  ।

ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସର ଜାତୀୟ ମୁଖପାତ୍ର ସାମା ମହମଦ୍‌ । ସଂସଦରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫୋଟ ଉଠାଇଥିଲେ ସାମା ମହମଦ୍‌ । ଉକ୍ତ ଫୋଟକୁ ଟୁଇଟ୍‌ କରି ସାମା ମହମଦ୍‌ ଲେଖିଛନ୍ତି, ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ତାଙ୍କୁ ଆନନ୍ଦ ଆଣିଦେଇଛି। ଆହୁରି ମଧ୍ୟ ସେ ମୁଖ୍ୟମନ୍ତ୍ରୀ ସହ ମହିଳା ସଶକ୍ତିକରଣ ଯୋଜନା ଏବଂ ଲୋକସଭା ଓ ଓଡ଼ିଶା ବିଧାନସଭାରେ ମହିଳାଙ୍କ ପାଇଁ 33ପ୍ରତିଶତ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ ବୋଲି ଟୁଇଟ୍‌ରେ ଜଣାଇଛନ୍ତି ।

Exit mobile version