ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ମାର୍ଚ୍ଚ ଗୁରୁବାର ) ନୂଆଗାଁ :- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ପ୍ରାର୍ଥୀନୀ ପ୍ରଭାତୀ ମଳିକ ଚଳିତ ପଞ୍ଚାୟତ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ଜାକେଡା ପଞ୍ଚାୟତ ଭଳି ଏକ ଆଦିବାସୀ ଅଞ୍ଚଳ ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଦୀର୍ଘ ୨୦ ବର୍ଷ ହେବ ଜାକେଡା ପଞ୍ଚାୟତରେ ସମିତି ସଭ୍ୟ /ସଭ୍ୟା ପ୍ରାର୍ଥୀ ଭାବରେ କୌଣସି ଆଦିବାସୀ ବ୍ୟକ୍ତି ବା ମହିଳା ନିର୍ବାଚିତ ହୋଇପାରିନଥିଲେ ।
ବିଜୟୀ ହେବା ପରେ ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରଭାତୀ ମଳିକ ନିଜ ପଞ୍ଚାୟତ ର ସମଗ୍ର ଆଦିବାସୀ ଲୋକମାନଙ୍କ ସ୍ୱାଭିମାନ ରଖି ଥିବାରୁ ପ୍ରଭାତୀ ଙ୍କୁ ଆଦିବାସୀ ଲୋକମାନେ ପୁଷ୍ପ ମାଲ୍ୟ ଅର୍ପଣ କରି ନାମ ସଂକୀର୍ତ୍ତନ, ଶଙ୍ଖ ନାଦ ହୁଳହୁଳି ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ । ତତ୍ ସହିତ ବିଭିନ୍ନ ଗ୍ରାମ କୁ ବୁଲି ସମସ୍ତ ଲୋକ ମାନଙ୍କର ସୁଖ ଦୁଃଖର ସାଥି ହୋଇ ଏ ଅଞ୍ଚଳର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ସମିତି ସଭ୍ୟା ପ୍ରଭାତୀ । ତେବେ ସମିତି ସଭ୍ୟା ଙ୍କ ବିଜୟୀ ହେବା ପଛରେ ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ ଙ୍କ ପ୍ରଚେଷ୍ଟା ଥିବା ଜୋର୍ ଦାର୍ ଚର୍ଚ୍ଚା ଚାଲିଛି ।
