ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ

ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ମାର୍ଚ୍ଚ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଶିକ୍ଷକ ,ଶିକ୍ଷୟତ୍ରୀ ଙ୍କୁ ନେଇ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ଶିବିର ରେ ୩୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ଆର୍ ପି ଭାବେ ମହିପୁର ସି ଏଚ୍ଚ ସି ସ୍ବାସ୍ଥ୍ୟକର୍ମୀ ରଘୁନାଥ ନାୟକ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବିଭୂତି ଭୂଷଣ ସାହୁ ,

କିଶୋର ବାଳକ ବାଳିକା ଙ୍କ ହେଉଥିବା ଶାରୀରିକ ପରିବର୍ତ୍ତନ ଉପରେ ସେମାନଙ୍କୁ କିପରି ସଚେତନ କରିହେବ ଏବଂ ଉତ୍ତମ ସ୍ବାସ୍ଥ୍ୟ ଗଠନ ଉପରେ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ ଗଠନ ଉପରେ ବର୍ଣ୍ଣନା କରିବା ସହ ପ୍ରଶିକ୍ଷଣ ନେଉଥିବା ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ସାର୍ଟି ଫିକେଟ୍ ପ୍ରଦାନ କରିଥିଲେ ।

Exit mobile version