ସୁରମା ଙ୍କ କୂଟନୀତି ରେ ହାରିଲେ – ରଣପୁର ବିଧାୟକ 

ବିଜେଡି ଶିବିରରେ ଶୋକ ର ଛାୟା : ରଣପୁର ବ୍ଲକ ରୁ କାନ୍ଦି କାନ୍ଦି ନୟାଗଡ଼ ପଳେଇଲେ ବିଧାୟକ ,  ଲଜ୍ୟା ରେ ମୁହଁ ଦେଖେଇ ପାରିଲେନି କର୍ମୀ ଙ୍କୁ ।  ମିଳିଲାନି ବ୍ଳକ ଅଧକ୍ଷ ପଦ ; ଫେଲ ମାରିଲା ବିଧାୟକ ଙ୍କ ଗୋଟି ଚାଳନା । ସୁରମା ୨୦୦୯ ରେ ବି ଏଭଳି ବୁଦ୍ଧି ହଜାଇ ଦେଇଥିଲେ ବିଧାୟକ ଙ୍କ ର …

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମାର୍ଚ୍ଚ, ରବିବାର ) ରଣପୁର :- ବହୁ ପ୍ରତିଷ୍ଠିତ ରଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ  ଗତକାଲି ନିର୍ବାଚନ ହୋଇଥିଲା । ଏଥିରେ ବିଜେପି ସମର୍ଥିତ ପ୍ରାର୍ଥୀ କନ୍ଧନୟାଗଡ଼ ର ନିର୍ମଳା ବେହେରା ନିର୍ବାଚିତ ହୋଇଛନ୍ତି । ରଣପୁର ବ୍ଳକ  ୩୭ଟି ପଞ୍ଚାୟତକୁ ନେଇ ଗଠିତ । ସମିତି ଅଧ୍ୟକ୍ଷ ସାଧାରଣ ବର୍ଗଙ୍କ ପାଇଁ ଥିଲା । ୧୯ ଅଙ୍କ କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଲାଗିଥିଲା ଛକା ପଞ୍ଝା  ହେଲେ ବିଧାୟକ ଙ୍କ ର ଗୁରୁତର ନଥିବା ରୁ ଯୁବ ସଭାପତିଙ୍କ ପ୍ରଚାର ପ୍ରସାର ରେ ୫ ଟି କ୍ରସ ଭୋଟ ପାଇ ବିଜେପି ଜିତାପଟ କଲା ବୋଲି ଜଣାପଡ଼ିଛି ।

ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ ପୁରୀରେ ରହିଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ମାନେ ବ୍ରହ୍ମପୁର କ୍ୟାମ୍ପ ରେ ରହିଥିଲେ । ଗତ କାଲି ନିର୍ବାଚନ ପାଇଁ ରଣପୁର  ଫେରିଥିଲେ । ବିଜେଡି ପୂର୍ବତନ ସମିତି ଅଧ୍ୟକ୍ଷ ତଥା ସମିତିସଭ୍ୟ ପ୍ରଭାତ ଦଳବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ରୁ ପ୍ରଥମ ଥର ନିର୍ବାଚିତ ହୋଇଥିବା କନ୍ଧନୟାଗଡ଼ ର ସମିତିସଭ୍ୟା ନିର୍ମଳା ବେହେରା ଙ୍କୁ ପ୍ରାର୍ଥୀ କରିଥିଲା ।

ସୂଚନାନୁସାରେ ବିଜେଡି ଦଳ ର ଆପସିକତା  କନ୍ଦୋଳ ଓ ବିଧାୟକ ଙ୍କ ନେତୃତ୍ୱ ନଥିବାରୁ ଦଳୀୟ ଯୁବ କର୍ମୀ ଙ୍କ ଅସନ୍ତୋଷ ର ଶିକାର ହୋଇ ଅଧକ୍ଷ ପଦ ହାତରୁ ଖସିଲା ବୋଲି ବିଜେଡି ଶିବିର ରେ ଚର୍ଚ୍ଚା ଜୋର ଧରିଛି । ନିର୍ମଳା ଙ୍କ ବିଜୟ କୁ ନେଇ  ବିଜେପି ଶିବିର ରେ କୋଳାହଳ ଦେଖାଯାଇଥିବା ବେଳେ ବିଜେଡି ଶିବିରରେ ଦୁଃଖ ର ଛାୟା ଖେଳିଯାଇଛି ।  ନିର୍ମଳା ଙ୍କ ବିଜୟ ପରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,  ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ମିଶ୍ର, ପୂର୍ବତନ ସମିତ ଅଧ୍ୟକ୍ଷ ବୁଦ୍ଧିମତି ପ୍ରଧାନ, ପ୍ରଶାନ୍ତ ନାୟକ, ରଣପୁର ଏନ୍‌ଏସି ବିଜେପି ଚେୟାରମ୍ୟାନ ପାର୍ଥୀ ସୁପ୍ରିୟା ମହାପାତ୍ର, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ନିର୍ମଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଗତକାଲି ଦିନ ୧୦ଟାରେ ନବନିର୍ବାଚିତ ସମତିସଭ୍ୟ ମାନେ ରଣପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ  । ବ୍ଲକ ପରିସରରେ ପୁଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଓ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ଉପସ୍ଥିତ ଥିଲେ । ଦିନ ୧ ଟା ୩୦ ମଧ୍ୟରେ ସମିତି ସଭ୍ୟ ମାନେ ଭୋଟ ଦାନ କରିଥିଲେ । 

୨ଟା ପରେ ଭୋଟ ଗଣତି କରାଯାଇଥିଲା । ଏଥିରେ ନିର୍ମଳା ବେହେରା ୨୧ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଭାତ ଦଳବେହେରା ୧୬ ଖଣ୍ଡ ଭୋଟ ପାଇଥିଲେ । ତେବେ ୫ଟି କ୍ରସ ଭୋଟ ପାଇ ନିର୍ମଳା ବିଜୟ ହାସଲ କରିଥିଲେ

Exit mobile version