ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଟାଟା ଷ୍ଟିଲ୍ ପକ୍ଷରୁ ଏହାର ମହିଳା ଶ୍ରମଶକ୍ତିଙ୍କ ପାଇଁ ଏହି ଦିନଟିକୁ ଉତ୍ସର୍ଗ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୦ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ଆନ୍ତର୍ଜାତିକ ମହିଳା ଦିବସ ପାଳନ କରି, ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ୍ୱ ମଙ୍ଗଳବାର ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ଲଟ୍ ୨ ହାଉସିଂ କମ୍ପେ୍ଲକ୍ସ ରେ ଏକ ମେଗା କାର୍ଯ୍ୟକ୍ରମ ଆୟୋଜନ କରି ସେଥିରେ ବିଭିନ୍ନ ଅଭିଯାନ ଜରିଆରେ ନିଜ ମହିଳା ଶ୍ରମ ଶକ୍ତିଙ୍କ ଭାବକୁ ସଲାମ କରାଯାଇଛି । ଏହି ଉତ୍ସବ ପାଳନରେ ସାମିଲ ଥିଲା ଟାଟା ଷ୍ଟିଲ୍ କଳିଙ୍ଗନଗର ର ଡକ୍ଟର ମଧୁସ୍ମିତା ସାମନ୍ତରାୟଙ୍କ ଦ୍ୱାରା ମହିଳାଙ୍କ ଠାରେ ପୁଷ୍ଟି ଜନିତ ରକ୍ତହୀନତା ଏବଂ ଋତୁସ୍ରାବ ସମସ୍ୟା ସମ୍ପର୍କିତ ଏକ ସଚେତନତା ଅଭିଯାନ । ଟାଟା ଷ୍ଟିଲ୍‌ର ମହିଳା କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସମେତ ଟିଏସ୍‌କେର ଚିଫ୍‌ ଲଜିଷ୍ଟିକ୍ସ ଅପରେସନ୍ସ ଶ୍ରୀଯୁକ୍ତ ସି ଏଲ୍ କର୍ଣ୍ଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯର୍୍ୟକ୍ରମରେ ଟାଟା ଷ୍ଟିଲ୍‌ର ୧୫୦ରୁ ଅଧିକ ମହିଳା କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ସାମିଲ ଥିଲା ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଅନ୍‌-ସ୍ପଟ୍‌ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଚଳିତ ବର୍ଷର ବିଷୟବସ୍ତୁ “୰ବ୍ରେକ୍ ଦି ବାଏସ୍‌” ଅନୁସାରେ ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଏଥିରେ ଚଜଋଝଝ ଜଋଖଋଇଝଋ ଅଂଶଗ୍ରହଣକାରୀ ମାନଙ୍କ ଲାଗି ବହୁତ କୌତୁକ ପୂର୍ଣ୍ଣ ପ୍ରତିଯୋଗିତା ରହିଥିଲା । ଗତ ସପ୍ତାହରେ ଟିଏସ୍‌କେ ର ମହିଳାମାନଙ୍କ ଲାଗି “୰ବ୍ରେକ୍ ଦି ବାଏସ୍‌” ବିଷୟବସ୍ତୁ ଉପରେ ଫଟୋଗ୍ରାଫି ପ୍ରତିଯୋଗିତା ଓ ମିମ୍‌-ଓ-ଲୋଜି ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ତାହାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ମହିଳା ଶ୍ରମଶକ୍ତିଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ଏବଂ ମହିଳାମାନଙ୍କ ଦ୍ୱାରା ହୋଇଥିବା ଅତୁଲ୍ୟ କାର୍ଯ୍ୟ ବିଷୟରେ କର୍ମଚାରୀମାନଙ୍କ ଜ୍ଞାନ ପରୀକ୍ଷା କରିବା ଲାଗି ଦୈନିକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା । ଏହି କୁଇଜରେ ଅଂଶଗ୍ରହଣ କରିଥିବା ମହିଳାମାନେ କାର୍ଯ୍ୟକ୍ରମ ଅବସରରେ ସେମାନଙ୍କ ଅନୁଭୂତି ବଖାଣିଥିଲେ । ସୁରକ୍ଷିତ ଓ ଉପଯୁକ୍ତ କର୍ମ ପରିବେଶ ସମ୍ପର୍କିତ ସମସ୍ୟାଗୁଡ଼ିକର ମୁକାବିଲା କରିବା ଲାଗି ଉପଯୁକ୍ତ ନୀତି ସୃଷ୍ଟି କରି ଏବଂ ଯେକୌଣସି ପ୍ରକାରରର ବୈଷମ୍ୟଠାରୁ ମୁକ୍ତ ରଖି ଏକ ସୁସ୍ଥକର ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବା ଓ ତାହାକୁ ବଜାୟ ରଖି କଂପାନି ମହିଳା ପେସାଦାରମାନଙ୍କୁ ଉତ୍ସାହିତ କରିବା ଲାଗି ଉଦ୍ୟମ କରୁଛି ।

Exit mobile version