କାଳକୂଟଙ୍କ କର୍ଣ୍ଣମନ୍ତ୍ରରେ ରଣପୁର ଏନଏସିର ଆଶାୟୀ ପ୍ରାର୍ଥୀ ଙ୍କୁ ଦିନ ବେଳେ ଲଣ୍ଠନ ଦେଖାଇଲେ ବିଧାୟକ

କାଳକୂଟ ଙ୍କ ବି ଏମ୍ ଡବ୍ଲୁ ନିଶା : ଲକ୍ଷାଧିକ ଟଙ୍କା ନେଲେ , ବିଧାୟକ ଟିକେଟ ବାଣ୍ଟିଲେ ଦରଖାସ୍ତକାରୀ ଏକାଧିକ ସମ୍ଭାବ୍ୟ ଜିଣିବା ପ୍ରାର୍ଥୀ ଟିକେଟ ରୁ ବାଦ୍ ପଡିଲେ, ସେଥିରୁ ବାଦ୍ ପଡିଲେ ରଣପୁର ଏନଏସି ଉପାଧ୍ୟକ୍ଷ

ରଣପୁରରେ ବିଜେଡ଼ି ଶାସନ ଏବେ କାହା ହାତରେ କାଳକୂଟ ଙ୍କ ହାତରେ ନା ବିଧାୟକ ଙ୍କ ହାତରେ …..

ରଣପୁର ଏନଏସି ରେ କାଳକୂଟ ଙ୍କ କର୍ଣ୍ଣମନ୍ତ୍ରରେ ବଳି ପଡ଼ିଲେ ପୂର୍ବତନ ଏନ.ଏସି ଉପାଧ୍ୟକ୍ଷ । ବିଜେଡି ର ଏହି  ରାଜନୀତି କୁ ରଣପୁର ଏନଏସିରେ ହୀନ ରାଜନୀତି  ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି । 

ଓଡ଼ିଶା ତାଜା ନ୍ୟୁଜ୍ ( ମାର୍ଚ୍ଚ ସୋମବାର ) ରଣପୁର :- ରଣପୁର ବ୍ଲକ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରେ ସରଗରମ ରହିଛି ରାଜନୀତି ମହଲ । ରଣପୁର  ଏନଏସିର ୧୫ ଟି ୱାର୍ଡ ରେ ଚାଲିଛି  ନିର୍ବାଚନ ର ଛକାପଞ୍ଝା । ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜ୍ଞପ୍ତି ଅନୁସାରେ  ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ କରିବାର ତାରିଖ ନିର୍ଦ୍ଧାରଣ ହୋଇଥିଲା । ତେବେ ଗତ ତାରିଖ ଗୁଡିକ ରେ ପ୍ରାର୍ଥୀ ପତ୍ର ଦାଖଲ କରାଯାଇନଥିବା ବେଳେ ୬ ତାରିଖ ରେ ଏନ ଏ ସି ଅଧ୍ୟକ୍ଷ ପାଇଁ ସ୍ୱାଧୀନ ରୁ ପୂର୍ବତନ ଭାଇସ ଚେୟାରମ୍ୟାନ ପ୍ରିୟବ୍ରତ ପ୍ରହରାଜ ଙ୍କ ଧର୍ମ ପତ୍ନୀ ମଧୁସ୍ମିତା ପ୍ରହରାଜ ନାମଙ୍କନ ପତ୍ର ଦାଖଲ କରିବା ସହ ୪ ଜଣ କାଉନସିଲର ପଦ ପାଇଁ ନାମଙ୍କନ ଦାଖଲ କରିଥିଲେ ।

ଆଜି  ନାମଙ୍କନ ଦାଖଲ ର ଶେଷ ଦିନରେ ସମସ୍ତ ସ୍ୱାଧୀନ ପ୍ରାର୍ଥୀ ଓ ଦଳୀୟ ପ୍ରାର୍ଥୀ  ନାମଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଛି । ରଣପୁର ର ଏନଏସି ନିର୍ବାଚନ ର ଗରମ ମାହୋଲରେ ଦଳୀୟ  ପ୍ରାର୍ଥୀ ଚୟନ ରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ଏନଏସି ନିର୍ବାଚନ ମୁଣ୍ଡ ଉପରେ…  ହେଲେ ବିଜେଡିକୁ ସମର୍ଥକଙ୍କ ର ଅଭାବ । ଚଳିତ ପୌର ନିର୍ବାଚନରେ  ବିଜେଡି ର ବରିଷ୍ଠ ତଥା ତୁଙ୍ଗ ନେତା ମାନଙ୍କୁ ମିଳିଲାନି ଦଳୀୟ ଟିକେଟ, ରାତି ଅଧିଆ ବିଧାୟକ ଙ୍କ ଚଞ୍ଚକତାରେ ଚେୟାରମ୍ୟାନ ଓ କାଉନସିଲର  ପ୍ରାର୍ଥୀ  ଚୟନ ହୋଇଥିଲା ବେଳେ ବହୁ ପ୍ରତୀକ୍ଷିତ ବିଜେଡି ସମର୍ଥକ ଓ ତୁଙ୍ଗ ତୁଙ୍ଗ ନେତା ମାନେ ବଳି ପଡ଼ିଯାଇଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ପଞ୍ଚାୟତ ନିର୍ବାଚନ ରେ ଜିଲ୍ଲା ପରିଷଦ ଙ୍କ ପାଇଁ 

ପ୍ରଚାର ପ୍ରସାର କରିଥିବା ପୁର୍ବତନ କାଉନସିଲର ମାନଙ୍କୁ ମିଳିଲା ଭିତିରିଆ ଟିକେଟ । ବିଜେଡି ରୁ ବିଜୟୀ ହୋଇ ବିଜେଡି ର ସମର୍ଥକ ଭାବେ ରହିଆସିଥିବା ପୂର୍ବତନ ଭାଇସ ଚେୟାରମ୍ୟାନ ଙ୍କୁ ଟିକେଟ ନମିଳିବା ଏକ ପ୍ରକାର ଚର୍ଚ୍ଚା ର ବିଷୟ ହୋଇଛି । ଅନ୍ୟପଟେ ବିଜେଡି କୁ ଗଡାଇଲା ଭଳି ରଣାଙ୍ଗନ ପ୍ରସ୍ତୁତ କରିଛି ବିଜେପି  । ବିଜେପି ମଧ୍ୟ ତା ଦଳ କୁ ମଜଭୁତ କରିବା ପାଇଁ ଅଧ୍ୟକ୍ଷ ଓ କାଉନସିଲର ମାନଙ୍କୁ ସଜ୍ଜ କରିଥିବା ଦେଖିବାକୁ ମିଳିଛି । ବିଶେଷକରି ବିଜେଡିପ୍ରାର୍ଥୀ ଓ ବଳିଷ୍ଠ ପ୍ରତିଦ୍ୱନ୍ଦୀ ଙ୍କ ଲଢ଼େଇ କୁ ନେଇ ବଜାର ଘାଟ ରେ ଚର୍ଚ୍ଚା ଜୋର ଧରିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଗୋପାଳପୁର ଜିଲ୍ଲାପରିଷଦ ଆସନ ଭଳି ଏନଏସି ର ଉପାଧ୍ୟକ୍ଷ ପଦ ଭୁଶୁଡି ପଡିବ ବୋଲି ଚର୍ଚ୍ଚା  ହେଉଛି । ଗତ ବର୍ଷ ଭଳି ଚଳିତ ବର୍ଷ ବିଜେଡିର ” ଦିନ ବେଳେ ଲଣ୍ଠନ ଦେଖାଇବା”  ରାଜନୀତି କୁ ଜନସାଧାରଣ ବିରୋଧ କରୁଥିବା ସାଧାରଣରେ ଦେଖିବାକୁ ମିଳୁଛି । ନିର୍ବାଚନ ର ପ୍ରଥମ ସିଡ଼ି ଚଢ଼ୁ ଚଢ଼ୁ ମୁଣ୍ଡ ବାଜିଲାଣି ବିଧାୟକଙ୍କ ର ଦେଖାଯାଉ ଆଗକୁ ସେ ମୁଣ୍ଡ ରହୁଛି ନା ଛିଡୁଛି ।

 

Exit mobile version