ଶିଶୁ ସୁରକ୍ଷା କ୍ଷେତ୍ରରେସାରାଦେଶରେ୨୦ଜିଲ୍ଲା ମଧ୍ୟରୁ ଗଜପତିଜିଲ୍ଲାସ୍ଥାନପାଈଓଡିଶାକୁକରିଛି ଗର୍ବିତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଶିଶୁ ସୁରକ୍ଷା କ୍ଷେତ୍ରରେ ସାରା ଦେଶରେ ଗଜପତି ଜିଲ୍ଲାକୁ ସଫଳତା ମିଳିଛି ଏକଦା ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯାତନାର ପେଣ୍ଠସ୍ଥଳୀ ପାଲଟିଥିବା ଗଜପତି ଆଜି ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଦ୍ଵାରା ମିଳିତ ଭାବେ ଆୟୋଜିତ ସମାରୋହରେ ଜିଲ୍ଲା ପାଇଁ ଏ ସମ୍ମାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

Child Protection: ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଲା ଗଜପତିChild Protection: ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଲା ଗଜପତିଶିଶୁ ମାନେ କିପରି ନିଶା ସେବନ ଏବଂ ବ୍ୟବସାୟରୁ ଦୂରେଇ ରହିବେ ଏବଂ ଜିଲ୍ଲାରୁ ଶିଶୁ ଚାଲାଣ ଦୂର ହେବ ସେଥିପାଇଁ ଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଗଜପତି ଜିଲ୍ଲା କାର୍ଯ୍ୟ କରିଆସୁଥିଲା । ପୂର୍ବରୁ ଏଠାକାର କୋମଳମତି ଶିଶୁ ମାନଙ୍କୁ ଗୋଆ, ମୁମ୍ବାଇ କୋଏମ୍ବାଟୁର, ଚେନ୍ନାଇ, ସୁରତ ଆଦିକୁ ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରେରଣ କରାଯାଉଥିଲା । କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଠନ କରାଯିବା ପରେ ଆଜି ସୁଦ୍ଧା ରାଜ୍ୟ ବାହାରରୁ ୨୧୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଥଇଥାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି ।ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ରୋକିବା ପାଇଁ ୧୮ଟି ସମ୍ବେଦନଶୀଳ ଗ୍ରାମ ପଞ୍ଚାୟତକୁ ଚିହ୍ନଟ କରାଯାଇ ସେଠାରେ ସର୍ଭେ ମାଧ୍ୟମରେ ବିଭିନ୍ନ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଗଲା ।

ସ୍ଥାନୀୟ ଜନସାଧରଣଙ୍କ ଦ୍ବାରା ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରାଗଲା । ଏହାର ଫଳସ୍ଵରୂପ ବର୍ତ୍ତମାନ ସୁଦ୍ଧା ଶିଶୁ ଚାଲାଣକାରୀଙ୍କ ବିରୁଦ୍ଧରେ ୧୯ ଗୋଟି ମକଦ୍ଦମା ରୁଜୁ କରି ୩୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।ପ୍ରତି ଶିକ୍ଷା ବର୍ଷ ପୂର୍ବରୁ ଏହି ଅଞ୍ଚଳ ମାନଙ୍କରେ Dropout ପିଲାଙ୍କୁ ଚିହ୍ନଟ କରି ଆଶ୍ରମ ସ୍କୁଲରେ ନାମ ଲେଖାଇବା ସହ ITI ଏବଂ ଡିପ୍ଲୋମାରେ ପିଲାମାନଙ୍କର ନାମ ଲେଖାଯାଉଛି । ଜିଲ୍ଲାରେ ଶିଶୁ ମାନଙ୍କୁ ନିଶା ସେବନ ଏବଂ ବ୍ୟବସାୟରୁ ଦୂରେଇବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟ ହାତକୁ ନିଆଯାଇଛି ।

ଅବକାରୀ ଭିବାଗ, ପୋଲିସ ବିଭାଗ, ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଆନୁକୂଲ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଜିଲ୍ଲାପାଳ ଏହି ବିଭାଗ ଗୁଡିକୁ ନିୟମିତ ସମୀକ୍ଷା କରୁଛନ୍ତିଶିଶୁ ସୁରକ୍ଷା ପାଇଁ ବଦ୍ଧପରିକର ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାରା ଜିଲ୍ଲାକୁ ଶିଶୁ ନିର୍ଯାତନାରୁ ମୁକ୍ତ କରିବା ସହ ଶିଶୁଙ୍କ ପାଇଁ ଏକ ଚାପ ମୁକ୍ତ ସୁନେଲୀ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ

Exit mobile version