କୁଖ୍ୟାତ ଚୋର ଗିରଫ ୬୩ଟି ଦାମୀ ମୋବାଇଲ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଫେବ୍ରୁଆରୀ ସୋମବାର ) ଖୋର୍ଦ୍ଧା-ଜଟଣୀ :- ଟ୍ରେନ ଓ ଷ୍ଟେସନରୁ ଦୀର୍ଘ ୩ବର୍ଷ ଧରି ଚୋରି କରି ଆସୁଥିବା କୁଖ୍ୟାତ ଚୋର ଖୋର୍ଧାରୋଡ଼ ଆରପିଏଫ ଓ ଜିଆରପି ଦ୍ୱାରା ଗିରଫ ୬୩ଟି ଦାମୀ ମୋବାଇଲ ଜବତ। ଖୋର୍ଧାରୋଡ଼ ଆରପିଏଫ ଏବଂ ଜିଆରପି ର ଏକ ସ୍ୱତନ୍ତ୍ର ଟିମର ହାତରେ ଧରାପିଡ଼ିଛି ଖୋର୍ଦ୍ଧାଜିଲ୍ଲା ବାଣପୁର ଅଞ୍ଚଳର ଜଣେ କୁଖ୍ୟାତ ମୋବାଇଲ ଚୋର। ତା’ପାଖରୁ ୬୩ଟି ନାମି,ଦାମୀ ମୋବାଇଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଆର ପି ଏଫ ଆସିଷ୍ଟାଣ୍ଡ କମିଶନର ସଞ୍ଜୟ ସିଂ ଏବଂ ଜି ଆର ପି ର ଡି ଏସ ପି ଚନ୍ଦ୍ର ଶେଖର ସାହୁ।

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ହେଉ ଅବା ଷ୍ଟେସନରେ ମୋବାଇଲ ଚାର୍ଜ ଲଗାଇଥିବା ଯାତ୍ରୀ ହେଉ ଏମାନଙ୍କ ଠାରୁ ଦୀର୍ଘ ୩ ବର୍ଷ ଧରି ଖୁବ ଚତୁରତାର ସହ ଚୋରି କରି ଆସୁଥିବା ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା କୁମ୍ଭକାରଡ଼ିହ ଗ୍ରାମର ଜଗନ୍ନାଥ ପଣ୍ଡାକୁ ଗତ ୨୨ ତାରିଖ ଦିନ ହାୱଡ଼ା ଚେନ୍ନାଇ କରମଣ୍ଡଳ ଟ୍ରେନରୁ ସନ୍ଦେହ ଜନକ ଅବସ୍ଥାରେ ଧରିବାରେ ସକ୍ଷମ ହୋଇଥିଲେ ସ୍ୱତନ୍ତ୍ର ଟାସ୍କଫୋର୍ସ ତା’ନିକଟରୁ ୩ଟି ଚୋରା ମୋବାଇଲ ଧରା ପଡିଥିଲା।

ପରେ ଅଧିକ ପଚରା,ଉଚରା କରିବାରେ ସେ ଜଣେ ପେଷାଦାର ଚୋର ଏବଂ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ହେବ ସେ ବାଲେଶ୍ଵର ରୁ ବାଲୁଗାଁ ମଧ୍ୟରେ ଅନେକ ଦୂରଗାମୀ ଟ୍ରେନରେ ଶୋଇଥିବା ଯାତ୍ରୀ ଓ ବିଭିନ୍ନ ଷ୍ଟେସନରେ ଚାର୍ଜ ଲଗାଇଥିବା ଟ୍ରେନ ଯାତ୍ରୀଙ୍କ ମୋବାଇଲକୁ ଚୋରି କରିଥିବା ସ୍ୱୀକାର କରିବା ସହିତ ସେଗୁଡ଼ିକୁ ବିକ୍ରି ଉଦେଶ୍ୟରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା କହିଥିଲା ଜଗନ୍ନାଥ ର ସୂଚନା ଅନୁସାରେ ଟାସ୍କଫୋର୍ସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୩ଟି ନାମିଦାମୀ ମୋବାଇଲ ଜବତ କରିବା ସହିତ ଏ ସଂକ୍ରାନ୍ତ ରେ ଖୋର୍ଧାରୋଡ଼ ଜିଆରପି ରେ କେଶ ନଂ୨୪/୨୨ ଦଫା ୩୮୦,୪୧୧ ରେ ଏକ ମକଦ୍ଦମା ରୁଜୁ କରି ଆଜି ଅଭିଯୁକ୍ତ ଜଗନ୍ନାଥ କୁ କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Exit mobile version