
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଫେବ୍ରୁଆରୀ ଶୁକ୍ରବାର ) ରଣପୁର : – ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଓଡ଼ଗାଁ , ରଣପୁର ୨ଟି ବ୍ଲକ୍ । ଓଡ଼ଗାଁ ବ୍ଲକ୍ ରେ ୧୭ ଟି ପଞ୍ଚାୟତ ଓ ରଣପୁର ବ୍ଲକ୍ ରେ ୩୭ଟି ପଞ୍ଚାୟତ ତେବେ ରଣପୁର ନିର୍ବାଚନ ମଣ୍ଡଳୀ ରେ ସର୍ବମୋଟ ୫୪ଟି ପଞ୍ଚାୟତ । ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ । ଡବା ଭିତରେ ଏବେ ନେତା ଙ୍କ ଭାଗ୍ୟରେଖା .. ଦେଖାଯାଉ ଡବାରୁ କିଏ କିଏ ବାହାରିବେ ? ଏହାକୁ ନେଇ ତ୍ରି ଦଳୀୟ କର୍ମୀଙ୍କ ମନରେ ଦ୍ଵନ୍ଦ ଉପୁଜିଛି । ସବୁଠି ରାଜନୈତିକ ଉଷ୍ମତା ଅସ୍ଥିର ଥିବା ବେଳେ ସରିଛି ନିର୍ବାଚନୀ ଲଢ଼େଇ , ହାରିବା ଜିତିବା କୁ ନେଇ ଲାଗିଛି ଛକାପଞ୍ଝା … ଅନ୍ୟପଟେ ୫୪ ଟି ପଞ୍ଚାୟତ ରେ କେଉଁ ଦଳର ପଲ୍ଲା କେତେ ଭାରି ଏ ନେଇ ତୁଙ୍ଗ ରାଜନେତା ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ହୋଇଛି । ରଣପୁରବ୍ଲକ ର ୬ ଟି ଜିଲ୍ଲା ପରିଷଦଙ୍କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ହେଉଥିବା ଦେଖା ଦେଇଛି । ତିନି ଦଳ ର ତୁଙ୍ଗ ନେତା ଓ ବିଜେଡି ବିଧାୟକ ଙ୍କ ଆଖିରେ ଆଉ ନିଦ ନାହିଁ , ଚାଲିଛି ଏବେ ଗଣିତ କଷା …

