୨୦୨୨ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ପାଞ୍ଚଟି ପର୍ଯ୍ୟାୟ କ୍ରମରେ ସରିଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ୨୦୨୨ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ପାଞ୍ଚଟି ପର୍ଯ୍ୟାୟ କ୍ରମରେ ସରିଯାଇଛି । ଯାହା ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖ କ୍ରମରେ ନିର୍ବାଚନ ହୋଇଥିଲା । ଫେବୃୟାରୀ ୨୬ ତାରିଖରେ ଭୋଟ ଗଣତି ହେବ ସେହିଦିନ ହିଁ ଜଣାପଡ଼ିବ ଯେ କାହା ହାତରେ ଭାଗ୍ୟ । ଓଡ଼ିଶାର ୮୫୩ଟି ଜିଲ୍ଲା ପରିଷଦ, ୬୭୯୪ଟି ସରପଞ୍ଚ ଓ ସମିତି ସଭ୍ୟ, ୯୧୯୧୬ଟି ୱାର୍ଡ଼ମେମ୍ବରଙ୍କ ଭାଗ୍ୟ ୩.୨୯କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି ଯାହା ଫେବୃୟାରୀ ୨୬ରେ ଜଣାପଡ଼ିବ । ସାଧାରଣତଃ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା ତେଣୁ ଫେବୃୟାରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଯାହା ୨୦୦ ଜିଲ୍ଲା ପରିଷଦ,

୧୬୬୯ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨୩୭୯ ୱାର୍ଡ଼ମେମ୍ବର, ଫେବୃୟାରୀ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ୧୮୬ ଜିଲ୍ଲା ପରିଷଦ,୧୫୧୪ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୦୪୩୬ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୭୧ଟି ଜିଲ୍ଲା ପରିଷଦ, ୧୩୮୨ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ୧୮୪୯୫ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୨ରେ ଚତୁର୍ଥ ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ, ୧୨୫୪ଟି ସରପଞ୍ଚ ଓ ସମିତିସଭ୍ୟ ଓ୧୭୦୮୯ଟି ୱାର୍ଡ଼ମେମ୍ବର ଏବଂ ଫେବୃୟାରୀ ୨୪ ତାରିଖ ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ, ୯୭୫ଟି ସରପଞ୍ଚ ଓ ସମିତି ସଭ୍ୟ ଓ୧୩୫୧୪ଟି ୱାର୍ଡ଼ମେମ୍ବର ଆସନ ପାଇଁ ଲଢେଇ ହୋଇଥିଲା ।

ଏହି ଆସନ କିଏ ପାଇବ ତାହା ଜଣାନାହିଁ କିନ୍ତୁ ଏହି ଆସନ ପାଇଁ ୩.୨୯ କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି । କିନ୍ତୁ ଏବେ ସମୟ ଆସିଛି ଭୋଟ ଗଣତି ପରେ ଜଣାପଡ଼ିବ ଜନତା କାହାକୁ ପସନ୍ଦ କରିଛନ୍ତି ଓ କାହା ମୁଣ୍ଡରେ କଳସ ବସିବ । ଦେଖିବାକୁ ଗଲେ ସମସ୍ତଙ୍କ ନଜର ରହିଛି ଜିଲ୍ଲା ପରିଷଦ ଉପରେ କାହିଁକି ନା ଏଠାରେ ତିନୋଟି ପ୍ରମୁଖ ଦଳ ବିଜେଡ଼ି (ବିଜୁ ଜନତା ଦଳ), ବିଜେପି (ଭାରତୀୟ ଜନତା ପାର୍ଟି) ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ଗୁଡ଼ିକ ୮୫୩ଟି ଆସନ ପାଇଁ ଲଢେଇ ହୋଇଥିଲା । ଭୋଟ ଗଣତି ପରେ ଜଣାଯିବ କେଉଁ ଦଳ କେତେ ବାଜିମାତ କରିଛି । ଏହାକୁ ଦେଖି ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ତିନି ଦଳ ପ୍ରସ୍ତୁତ ରହିବେ ।

 

 

Exit mobile version