ବୈପାରିଗୁଡା ଠାରେ ଶାନ୍ତି ଶୃଙ୍ଗଳା ସହ ସରିଲା ମତଦାନ : ୭ ଟି ସ୍ଥାନରେ ଅସ୍ଥାୟୀ ଭୋଟ କେନ୍ଦ୍ର

ଓଡ଼ିଶା ତାଜା ନ୍ୟୁଜ୍ (୨ଫେବ୍ରୁଆରୀ ଗୁରୁବାର ) ବୈପାରିଗୁଡା :- ମାଓ ପ୍ରବଣ ବୈପାରିଗୁଡା ବ୍ଲକରେ ଶାନ୍ତିଶୃଙ୍ଗଳା ସହିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ଶେଷ ହୋଇଥିବାର ଜଣାପଡିଛି. ବ୍ଳକର ୨୦ ଗୋଟି ପଚାଂୟତରେ ୨୪୪ ଟି ମତଦାନ କେନ୍ଦ୍ରରେ ଭୋଟର ମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି. ସକାଳ ୭ଟାରୁ ମତଦାନ ଆରମ୍ଭ  ହୋଇଥିବା ବେଳେ ଅଧିକାଂଶ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ଭୋଟର ମାନେ ଲମ୍ବାଧାଡି ଲାଗିଥିବା ଦେଖିବାକୁ ମିଳିଥିଲା. ପ୍ରଥମ ଥର  ପାଇଁ ମତ ସାବସ୍ତ୍ୟ କରିଥିବା ଅନେକ ନୂଆ ଭୋଟରଙ୍କୁ  ଦେଖିବାକୁ ମିଳିଛି .

ଏପରିକି ବୃଦ୍ଧ ବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ ଲୋକ ସେମାନଙ୍କର ମତ ସାବସ୍ତ୍ୟ କରିଥିଲେ .ବୈପାରିଗୁଡା ବ୍ଳକ କଲେନୀ ଠାରେ ଥିବା ମତଦାନ କେନ୍ଦ୍ରକୁ ପିଙ୍କ୍ ବୁଥ କରାଯାଇଥିବା ବେଳେ ସେଠାରେ କେବଳ ମହିଳା କର୍ମଚାରୀ ମାନେ ହିଁ ନିୟୋଜିତ ରହିଥିଲେ .ସେହି ପରି ଭାବେ ବୈପାରିଗୁଡା ବ୍ଳକର ବୋଦାପୁଟ ପଚାଂୟତର ଉପରପାଣି, ଦଶମନ୍ତପୁର ପଚାଂୟତର ରାଉଲିଗୁଡା, କୋଲାର ପଚାଂୟତର ଗଦରାଗୁଡା,

ପୂଜାରୀଗୁଡା ପଚାଂୟତର ଏଲ.ନୁଆଗୁଡା , ରାମଗିରି ପଚାଂୟତର ଗଦମପାଣି, ତେନ୍ତୁଳିଗୁମ୍ମାର ମଧୁପୁର ଓ ମାଛାଗୁଡା ଠାରେ ଅସ୍ଥାୟୀ ଭୋଟ କେନ୍ଦ୍ର କୁ ଯାଇ ଭୋଟର ମାନେ ମତଦାନ ସାବ୍ୟସ୍ତ କରିଛନ୍ତି. ମତଦାନ ସରିବା ପରେ କଡା ସୁରକ୍ଷା ବ୍ୟବସ୍ଥାରେ ଭୋଟ ବାକ୍ସ ବ୍ଲକ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖିବା ପାଇଁ ଦିଆଯାଇଛି. ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ,ବିଡିଓ ଅଭିମନ୍ୟୁ କବି ଶତପଥି, ବ୍ଲକ ହିସାବ ରକ୍ଷକ ସେବାରାମ ମେହେର ସମସ୍ତ ବୁଥ ଯାଇ ପରିଦର୍ଶନ କରି ସେଠାକାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ .

Exit mobile version