ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ଖଣ୍ଡପଡ଼ା ଓ ଭାପୁର ବ୍ଲକ :- ନୟାଗଡ଼ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଗୁରୁବାର ଅନ୍ତିମ ପର୍ଯ୍ୟାୟ ମତଦାନ ସରିଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଉତ୍ତେଜନା ଓ ଅତିଉତ୍ତେଜନା ପ୍ରବଣ ବୁଥ୍ ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି ।
ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ପ୍ରମୁଖ ବିଭିନ୍ନ ବୁଥ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ କଡା ସୁରକ୍ଷା କର୍ମୀ ଙ୍କ ଅଧୀନରେ ମତ ଦାନ ଆରମ୍ଭ କରାଇଥିବା ଜଣା ଯାଇଛି ।
୧୬ନଂ ବୁଥ କୁ ଗ୍ରସ୍ତ କରି ଜିଲ୍ଲାପାଳ ଶାନ୍ତି ଶୃଙ୍ଖଳା ରକ୍ଷାକରି ଭୋଟର ମାନେ ମତଦାନ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ଖଣ୍ଡପଡ଼ା ବ୍ଲକର ୫ନଂ ଜୋନ୍ ଜିଲ୍ଲାପରିଷଦ ଅଧୀନରେ ୯ଟି ପଞ୍ଚାୟତ ରହିଛି । ଏଥିରେ ୩୨ ହଜାର ୩୯୦ ଭୋଟର ମତଦାନ କରିବେ । ୨୦ ନଂ ଜିଲାପରିଷଦ ଜୋନ ଅଧିନରେ ରହିଛି ୫ ପଞ୍ଚାୟତ ଏଥିରେ ମୋଟ ୨୫ ହଜାର ୪୯ ଜଣ ଭୋଟର ମତ ଦାନ କରିବେ ।
ସେହିଭଳି ୭ନଂ ଜୋନ୍ ଅଧୀନରେ ୭ ପଞ୍ଚାୟତ ରହିଛି ଯେଉଁଥିରେ କି ଏହି ଜୋନର ଭୋଟର ସଂଖ୍ୟା ୩୧ହଜାର ୨୦୮ ଥିବା ବେଳେ ସର୍ବ ମୋଟ ୭୨୪ଟି ବୁଥରେ ଚାଲିଛି ମତଦାନ ଅପରପକ୍ଷେ ୧୭୬୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ବାରଣ କରିବେ ଭୋଟର ।
