Home ଓଡ଼ିଶା ପଞ୍ଚାୟତ ଭୋଟର ଙ୍କ ନାମ ବିଜ୍ଞାପିତ ଅଞ୍ଚଳ ଭୋଟର ତାଲିକାରେ ପ୍ରକାଶ ପାଇଛି : ଏହି ତୃଟି କୁ ସୁଧାରିବା ପାଇଁ ଜନସଧାରଣ ରେ ଦାବି ହୋଇଛି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ରଣପୁର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଫେବୃୟାରୀ ୧୦ ରେ ଭୋଟର ତାଲିକା ପ୍ରକାଶ ପାଇଛି । ସେହି ଭୋଟର ତାଲିକାରେ କିଛି ମୃତ ବ୍ୟକ୍ତିଙ୍କ ନାମ ରହିଥିବା ବେଳେ କିଛି ପଞ୍ଚାୟତର ଭୋଟରଙ୍କ ନାମ ଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ଭୋଟର ତାଲିକା ପ୍ରକାଶନ ପରେ ହରିଶ୍ଚନ୍ଦ୍ର ଯୋଜନା ପାଇଥିବା ୬୪ ମୃତ ବ୍ୟକ୍ତିଙ୍କ ନାମ କାଟିଥିବା କଥା ପ୍ରକାଶ କରିଛନ୍ତି । ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କହିଛନ୍ତି ଯେ ଭୋଟର ତାଲିକା ପ୍ରକାଶନ ପରେ ୱାର୍ଡ ଗୁଡିକରେ ଏପଟ ସେପଟ ହୋଇ ରହିଥିବା ଭୋଟରଙ୍କ ନାମ ସଂଶୋଧନ ପାଇଁ ଆବେଦନ କରାଯାଇଛି । ରଣପୁର ବିଜେଡି ନଗର ସଭାପତି ସ୍ଵରାଜ ମହାନ୍ତି କହିବା ଅନୁସାରେ ଯେଉଁ ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଭୋଟର ତାଲିକାରେ ନାମ ରହିଛି ସେମାନେ ଯଦି ପଞ୍ଚାୟତରେ ଭୋଟ ଦେଇଛନ୍ତି ତାହେଲେ ସେମାନେ ପୁନର୍ବାର ପୌର ନିର୍ବାଚନରେ ଭୋଟ ଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପୌରାଞ୍ଚଳରେ ଭୋଟଦେଲେ ଅଧିନିୟମ ପରିଷଦ ୧୨ ନଂ ୱାର୍ଡର ୩୦ରୁ ଉର୍ଦ୍ଧ୍ବ ଭୋଟର ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଞ୍ଚାୟତ ନିର୍ବାଚନରେ ବଳଭଦ୍ରପୁର, ବାସୁଦିଆ ଓ ଲାଖପଡ଼ା ଗ୍ରାମପଞ୍ଚାୟତ ର ତ୍ରୁଟି ଗୁଡିକୁ ସଂଶୋଧନ କରିବାକୁ ସାଧାରଣ ରେ ଦାବି ହେଉଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ରଜରାଜପୁର, ବଳଭଦ୍ରପୁର ଆଦି ଆଖପାଖ ପଞ୍ଚାୟତରେ କିଛି ଭୋଟର ମତଦାନ ସାବ୍ୟସ୍ତ କରିଥିବା ବେଳେ ସେମାନଙ୍କ ନାମ ମଧ୍ୟ ବିଜ୍ଞାପିତ ଅଞ୍ଚଳ ଭୋଟର ତାଲିକାରେ ରହିଛି । ଏ ସମ୍ପକେ ରଣପୁର ବିଜ୍ଞାପିତ ଅଞ୍ଚଳ ୧୪ ନଂ ୱାର୍ଡର ପାଖାପାଖି ୩୦ ଜଣ ଭୋଟର ପଞ୍ଚାୟତ ନିର୍ବାଚନ ରେ ଭୋଟ ଦେଇଛନ୍ତି । ତେବେ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଲତାରଗ୍ରାମର ୧୦, ୧୧, ୧୨ ଓ ୧୩ ନଂ ୱାର୍ଡରେ ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି ଏମାନେ ଚଳିତ ପୌର ନିର୍ବାଚନ ରେ ଭୋଟ ଦାନ କରିବେ ନାହିଁ ବୋଲି ପ୍ରକାଶ ପାଇଛି । ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୋଟ ଭୋଟର ସଂଖ୍ୟା ୧୨,୨୫୮ ଜଣ ଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ରହିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana June 26, 2026 ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ by Proprietor Abhimanyu Maharana June 26, 2026 କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026