ଜାତୀୟ ସେବା ଯୋଜନା ସଂପର୍କୀତ ୱେବିନାର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :-  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନାର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ତିନିଗୋଟି ୱେବିନାର ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଦିବସରେ ଯୋଗଦେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥି ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାରେ ଯୋଗ ଦେବାପାଇଁ ଆହ୍ୱାନ କରିଥିଲେ । ଛାତ୍ର ଜୀବନରେ ବିଭିନ୍ନ ସାମାଜିକ ସେବାରେ ନିୟୋଜିତ ହେଲେ ନିଜର ଚରିତ୍ର ଗଠନ ସହିତ ସାମାଜିକ ପରିବର୍ତନ କରିବାରେ ସକ୍ଷମ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର ସୁମନ୍ତ କେର୍କେଟା ସ୍ୱେଚ୍ଛାସେବୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଜିଲ୍ଲା ସଂଯୋଜକ ଡଃ ବିଶ୍ୱମୋହନ ଜେନା ଏବଂ ଆଇ.ଏମ୍‌.ଏସ୍‌ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ନିଜର ମତ ଉପସ୍ଥାପନ କରିଥିଲେ । ଆଜିର ଏହି ଶେଷ ୱେବିନାରରେ ପଶ୍ଚିମ ଓଡ଼ିଶାର ୧୦ଗୋଟି ଜିଲ୍ଲାର ବିଭିନ୍ନ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପୂର୍ବ ଦୁଇଗୋଟି ୱେବିନାରରେ ଉପକୂଳବର୍ତୀ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏଥିରେ ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ସ୍ତମ୍ବକାର ତଥା ଜାତୀୟ ନିର୍ବାଚନ କମିଶନଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ପ୍ରଫେସର୍ ଭଗବାନ ପ୍ରକାଶ, ସି.ୱାଇ.ଏସ୍‌.ଡି.ର ସହ ପ୍ରତିଷ୍ଠାତା ତଥା ସମାଜସେବୀ ଡଃ ପ୍ରଫୁଲ୍ଲ କୁମାର ସାହୁ, ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ପୂର୍ବତନ ଏସ୍‌.ଏନ୍‌.ଓ. ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ , ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ଡଃ ରମେଶ ଚନ୍ଦ୍ର ବେହେରା, ରାୟଗଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଅର୍ଚନା ପଟ୍ଟନାୟକ ଏବଂ ଜାତୀୟ ସେବା ଯୋଜନାର ପ୍ରଶିକ୍ଷକ ତଥା ସମାଜସେବୀ ନିରଦ ବରଣ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.ଏମ୍‌.ଏସ୍‌.ର ପାଠ୍ୟକ୍ରମ ସଂଯୋଜକ ଡଃ ଗାୟତ୍ରୀ ପଟ୍ଟନାୟକ ଏବଂ ସମାଜସେବା ବିଭାଗର ମୁଖ୍ୟ ରଘୁନାଥ ମଣ୍ଡଳ ପରିଚାଳନା କରିଥିଲେ ।

Exit mobile version