ବୁଥ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି , ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ,୨୪ରେ ହେବ ଭାଗ୍ୟ ପରୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ବୈପାରିଗୁଡା :- ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକର ୨୦ ଗୋଟି ପଚାଂୟତରେ ସରପଚଂ, ସମିତିସଭ୍ୟ, ୱାର୍ଡମେମ୍ବର ଓ ଜିଲ୍ଲାପରିଷଦ ପାଇଁ ଗତ ୨୪ ତାରିଖ ଦିନ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ବ୍ଳକ କାର୍ଯ୍ୟଳୟ ପରିସରରେ ସମସ୍ତ ସ୍ଥାନକୁ ଯିବା ପାଇଁ ପୋଲିଂ ପାର୍ଟି ଆସିଗଲେଣି .ଏଥି ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଛି . ବୈପାରିଗୁଡା ପଚାଂୟତ ସମିତି ର ୨୪୪ ଟି ବୁଥ ପାଇଁ ୯୭୬ ଜଣ ପୋଲିଂ ପାର୍ଟି କୁ ନିୟୋଜିତ କରାଯାଇଥିବା ବେଳେ କିଛି କର୍ମଚାରୀଙ୍କୁ ସଂରକ୍ଷିତ ରଖାଯାଇଥିବା କହିଛନ୍ତି ସ୍ଥାନୀୟ ବିଡିଓ ତଥା ନିର୍ବାଚନ ଅଧିକାରୀ ଅଭିମନ୍ୟୁ କବି ଶତପଥି . ତେବେ ତହସିଲଦାର କୈଳାସ ଚନ୍ଦ୍ର ତ୍ରିିପାଠୀ ,

ବିଡିଓ ଅଭିମନ୍ୟୁ କବି ଶତପଥି ,ବ୍ଲକ କନିଷ୍ଠ ଯନ୍ତ୍ରୀ କରୁଣାକର ସାଗର ବେହେରା ବ୍ଳକ ପରିସର ଭିତରେ ଉପସ୍ଥିତ ରହି ପୋଲିଂ ପାର୍ଟିର କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ଦୂର ଦୂର ସ୍ଥାନକୁ ଥିବା ବୁଥ ର କର୍ମଚାରୀ ମାନେ ଶ୍ରୀଘ ଯିବା ପାଇଁ ମଧ୍ୟ କହିଥିଲେ . ତେବେ ପ୍ରଶାସନ ତରଫରୁ ସମସ୍ତ ସ୍ଥାନରେ ବନ୍ଦବସ୍ତ କରାଯାଇଛି .ପୋଲିଂ ଅଧିକାରୀ ,ପ୍ରିଜାଇଡିଂ ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ବ୍ଳକ କାର୍ଯ୍ୟଳୟରେ ପହଚଂ ନିଜ ନିଜ ବୁଥ ପାଇଁ ଦରକାର ପଡୁଥିବା ସାମଗ୍ର ବାଲାଟ ପେପର ,ବାଲାଟ ବାକ୍ସ ,କାଳି ,ଔଷଧ,

ଖାଦ୍ୟ ସାମଗ୍ରୀ ସହ ବିଭିନ୍ନ ଜିନିଷ ସଂଗ୍ରହ କରି ପୋଲିଂ ପାର୍ଟି ସାଙ୍ଗରେ ନେଇ ନିଜ ନିଜ ବୁଥକୁ ଗ୍ରସ୍ତ କରିଛନ୍ତି .ବୈପାରିଗୁଡା ବ୍ଳକର ୨ ଗୋଟି ଜୋନ୍ ରେ ଜିଲ୍ଲାପରିଷଦ ଓ ୨୦ ଗୋଟି ପଚାଂୟତରେ ସରପଚାଂ , ସମିତିସଭ୍ୟ ଓ ୱାର୍ଡମେମ୍ବର ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର .ତେବେ ଶାନ୍ତିଶୃଙ୍ଗଳା ପାଇଁ ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟନାୟକ ଉପସ୍ଥିତ ରହିଥିବା ବେଳେ ପୋଲିଂ ପାର୍ଟି ପ୍ରସ୍ତୁତି ପାଇଁ ପଚାଂୟତ ସମ୍ପସାରଣ ଅଧିକାରୀ ରାମ ପ୍ରସାଦ ଦୋରା ପରିଚାଳନା କରିବା ସହିତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଛନ୍ତି .

Exit mobile version