ରାଜ୍ୟର ୩୧୪ ବ୍ଲକ୍‌ର ବାଲାଟବକ୍ସ ଷ୍ଟ୍ରଙ୍ଗ ରୁମ୍‌କୁ କଡ଼ା ସୁରକ୍ଷା ବଳୟରେ

ରାଜ୍ୟର ୩୧୪ ବ୍ଲକ୍‌ର ବାଲାଟବକ୍ସ ଷ୍ଟ୍ରଙ୍ଗ ରୁମ୍‌କୁ କଡ଼ା ସୁରକ୍ଷା ବଳୟରେ ନିରନ୍ତର ବିଦ୍ୟୁତ୍ ସରବରାହରେ ସିସିଟିଭି ଫୁଟେଜ୍‌କୁ ଦେଖିବାଲାଗି ସଠିକ୍ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗ ନିକଟରେ ଫେରାଦ ହେଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ଭୋଟ୍ ବାକ୍ସକୁ ଷ୍ଟ୍ରଙ୍ଗ୍‌ରୁମରେ ରଖିବା ପରେ ଉକ୍ତ ୩୧୪ ବ୍ଲକର ଷ୍ଟ୍ରଙ୍ଗରୁମ୍ ଗୁଡ଼ିକୁ ଉଚ୍ଚ ସୁରକ୍ଷାବଳୟ ଭିତରେ ସୁରକ୍ଷିତ ରଖିବା ସହ ନିରନ୍ତର ବିଦ୍ୟୁତ ସରବରାହ ମଧ୍ୟରେ ଗଣତି ନ ସରିବା ଓ ଫଳାଫଳ ପ୍ରକାଶ ନହେବା ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଯେପରି ବନ୍ଦ ନ ହୁଏ, ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଯେପରି ସିସିଟିଭି ଫୁଟେଜକୁ ଭଲଭାବେ ଦେଖିବା ଲାଗି ବଡ଼ ଏଲ୍‌ସିଡି ଲଗାଇବାର ଆଶୁ ବ୍ୟବସ୍ଥା ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବିଡ଼ିଓମାନେ ସୂଚାରୁରୂପେ ନିର୍ବାହନ କରିବେ ସେଥିଲାଗି ରାଜ୍ୟ ନିର୍ବାଚନ ଆୟୋଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବିଳମ୍ବେ ସତର୍କବାଣୀ ସହ ନିର୍ଦ୍ଦେଶ ଦେବାକୁ ପିସିସି ପ୍ରତିନିଧି ଦଳ ଦ୍ରୁତ ଦାବି କରିଛନ୍ତି ।

ଅବାଧ, ମୁକ୍ତ ଓ ନୀରପେକ୍ଷ ନିର୍ବାଚନ ସମସ୍ତଙ୍କ ଲାଗି ଏକ ବଡ଼ ଆହ୍ୱାନ ହୋଇଥିବା ବେଳେ ଏ ଦିଗରେ ତ୍ୱରିତ ଓ ନିରନ୍ତର ଆଶୁ ପଦକ୍ଷେପ ନେବାରେ ରାଜ୍ୟର ବହୁ ଜାଗାରେ ବିଶୃଙ୍ଖଳା, ହିଂସା ଚରମ ସୀମାରେ ପଂହଚିଛି । ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକର ବାଛୋଳ, ଜରୀ ଗ୍ର୍ରା.ପ., କୋରେଇ ବ୍ଲକର ଗୋଳେଇପୁର ଗ୍ରା:ପର ସାନ ବିରୁହାଁ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ଅଂଚଳରେ ପୋଲିସର ନୀରିହ ଜନସାଧାରଣଙ୍କୁ ଯେପରି ଆମନୁଷିକ ଆକ୍ରମଣ, ଗିରଫଦାରୀ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ଅଟେ ।

ଜଣେ ନିରୀହ ଓ ନିର୍ଦ୍ଦୋଶ ଲୋକ ଯେପରି ଅସୁବିଧାରେ ନପଡ଼େ ସେଥିପ୍ରତି କମିଶନ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ପିସିସି ପ୍ରତିନିଧି ମଣ୍ଡଳୀ ଆୟୋଗଙ୍କ ନିକଟରେ ଦୃଢ଼ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା, ପିସିସି ମୁଖପାତ୍ର, ପଦ୍ମାକର ଗୁରୁ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ ।

Exit mobile version