ସେନା ମେଡାଲ ବ୍ରିଗେଡିୟର ଭିଗ୍ନେଶ ମହାନ୍ତିଙ୍କ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ବ୍ରିଗେଡିୟର ଭିଗ୍ନେଶ ମହାନ୍ତି ( ସେନା ମେଡାଲ),କମାଣ୍ଡର ଛତିଶଗଡ-ଓଡିଶା ସବ୍ ଏରିଆ(କୋସା), ଆଜି ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସୈଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ପ୍ରକାଶ ଥାଉକି ମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ୨ ଦିନିଆ ଓଡିଶା ଗସ୍ତ ସାରି ଗତକାଲି ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ ସମୟରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ମାନ୍ୟବର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଅତିଥିମାନଙ୍କ ସହିତ ବ୍ରିଗେଡିୟର ଶ୍ରୀ ମହାନ୍ତି ମଧ୍ୟ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ ।

Exit mobile version