ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିକୁ ବହୁରାଷ୍ଟ୍ରୀୟ କମ୍ପାନୀକୁ ହୋଟେଲ କରିବାପାଇଁ କାହିଁକି ସରକାର ଏତେ ମାତ୍ରାରେ ଆଗ୍ରହ ଦେଖାଇଛନ୍ତି

ସର୍ବୋଚ୍ଚ ନ୍ୟାୟଳୟରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମି ବିବାଦ ଥିଲା ବେଳେ କାହିଁକି ସରକାର ଏହାକୁ ବିଚାରାଳୟ ବାହାରେ ସମାଧାନ କରିବାପାଇଁ ଆବେଦନ କରିଥିଲେ ।

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ଭିମପୁରା ମୌଜାର ନବୀନ ନିବାସର ପାଚେରୀକୁ ଲାଗି ଏକର ୨.୮୬୫ ଡେସିମିଲ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିକୁ ସେବାୟତ ଶ୍ରୀ ଗୋବିନ୍ଦ ମେକାପଙ୍କ ନାମରେ ସେବାବୃତି ନିମନ୍ତେ ଉପଭୋଗ କରିଆସୁଥିଲେ । ପରବର୍ତୀ ପର୍ଯ୍ୟାୟରେ ଏହି ଜମି ଯାହାକି କ୍ଷେୱାଟ ନଂ ୧ ଖ ରେଜିଷ୍ଟର ନଂ ୧୪୮୩୦, ଖାତା ନଂ ୧୮୭୪ ଯେଉଁଥିରେକି ଏହା ଏକ ଟ୍ରଷ୍ଟ ସଂପତି ବୋଲି ଡିକିଲ୍ଲାର ହୋଇଥିଲେ ମଧ୍ୟ ସେ ଏହାକୁ ଡି ଅନନ୍ଦା ରାଓ ଡୋରା ଓ ଅନ୍ୟମାନଙ୍କ ନାମରେ ଏକ ବିକ୍ରି ଚୁକ୍ତିନାମା ଯାହାର ରେଜିଷ୍ଟେସନ ସଂଖ୍ୟା ଥିଲା ୪୬୩୦ ଥିଲା ।

ପରବର୍ତୀ ପର୍ଯ୍ୟାୟରେ ଗୋବିନ୍ଦ ମେକାପକଙ୍କ ଅନ୍ତେ ପୁତ୍ର ନିରଞ୍ଜନ ମେକାପ ଓ ଅନ୍ୟମାନେ ଏକ ରେଜିଷ୍ଟ୍ରିଭୁକ୍ତ ବିକ୍ରି କବଲା ଶ୍ରୀମତୀ ଋତୁପର୍ଣ୍ଣା ଧିର ସାମନ୍ତଙ୍କ ନାମରେ ୩୦.୦୩.୨୦୦୯ ରେ କରିଥିଲେ । ଶ୍ରୀମତୀ ଋତୁପର୍ଣ୍ଣା ଧିର ସାମନ୍ତଙ୍କ ସହିତ ଏକ ମେସର୍ସ ଆସୋଟେକ ମିଲନ ରିସୋଟର୍ସ ପ୍ରାଇଭେଟ ଲିମିଟେଡ଼ ହୋଟେଲ କିମ୍ବା ରିସୋର୍ଟ କରିବାପାଇଁ ଏକ ଜଏଂଟ ଭେନଚର କରିଥିଲେ । ୨୦୧୩ ମସିହାରେ ଏହି ବିବାଦ ଓଡ଼ିଶା ଉଚ୍ଚତମ ନ୍ୟାୟଳକୁ ଯାଇଥିଲା । ଓଡ଼ିଶା ଉଚ୍ଚତମ ନ୍ୟାୟଳୟ ରିଟ୍‌ପିଟିସନ କେସ ନଂ ୨୫୫୩୧/ ୨୦୧୩ର ଶୁଣାଣି କରି ୩୦ ମାର୍ଚ୍ଚ ୨୦୧୫ ରେ ଏହି ବିକ୍ରି କବଲାକୁ ଅଷିଦ୍ଧ କରି ରାୟ ପ୍ରକାଶ କରିଥିଲେ ।

ଇତି ମଧ୍ୟରେ ମେସର୍ସ ଆସୋଟେକ ମିଲନ ରିସୋଟର୍ସ ପ୍ରାଇଭେଟ ଲିମିଟେଡ ୨୦୧୧ ମସିହାରେ ବିଡିଏରୁ ପ୍ଲାନ ବହୁ ରାଷ୍ଟ୍ରୀୟ ହୋଟେଲ କମ୍ପାନୀ ରାଡିସନ ଗ୍ରୁପର ହୋଟେଲ ନିର୍ମାଣ ଯୋରଦାର ଚାଲିଥିଲା । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ବହୁଦିନ ଧରି ବନ୍ଦ ହୋଇ ପଡ଼ିରହିଥିଲା । ଇତି ମଧ୍ୟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ମେସର୍ସ ଆସୋଟେକ ମିଲନ ରିସୋଟର୍ସ ପ୍ରାଇଭେଟ ଲିମିଟେଡ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋଟ ଏହି କେସକୁ ବିଚାର କରିବାପାଇଁ ଗ୍ରହଣ ମଧ୍ୟ କରିଥିଲେ । କିନ୍ତୁ ୨୦୧୭ ମସିହା ଅପ୍ରେଲ ମାସରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ରେ ନିଜ ଓକିଳଙ୍କ ଜରିଆରେ ଆବେଦନ କଲେ ଯେ ଏହି ଜମି ମାଲିକାନା ବିବାଦକୁ ଉଭୟ ପକ୍ଷକୁ ନେଇ ରାଜ୍ୟ ସରକାର ବିଚାରାଳୟର ବାହାରେ ଆପୋଷ ସମାଧାନ କରିବାକୁ ଚାହୁଁଛନ୍ତି ଏବଂ ଉଭୟପକ୍ଷ ସହମତି ପ୍ରଦାନ କରିଛନ୍ତି ।

ଏହି ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀଯୁକ୍ତ ରାୟ ସିଧାସଳଖ ସରକାର କାହିଁକି ଏହି ଜମି ବିବାଦରେ ଆପୋଷ ସମାଧାନ ଚାହିଁଲେ । ଏହି ଜମି ଆଇନତଃ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ଯେହେତୁ ଏ ଜମିକୁ ବିକ୍ରି କରିବା ଆଇନ ସିଦ୍ଧ ନୁହେଁ ଏହି ବିକ୍ରି ଓ ଖରିଦ କାରବାରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସରକାର କାହିଁକି ଏତେ ଅହେତୁକ ଅନୁକମ୍ପା ଦେଖେଇଛନ୍ତି । ଓଡ଼ିଶା ହିନ୍ଦୁ, ଦେବାଦେବୀ ସଂପର୍କତିତ ଆଇନ ୧୯୫୧ ଧାରା ୧୯ ଅନୁସାରେ ଯଦି ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟବୋର୍ଡ ଲିଙ୍ଗରାଜଙ୍କୁ କୌଣସି ସଂପତିକୁ ଲିଜ ଦେବାପାଇଁ ଚାହାନ୍ତି ତାହାହେଲେ ଏଣ୍ଡେମେଂଣ କମିଶନରଙ୍କୁ ଏ ବାବଦରେ ଜଣାଇବା ଉଚିତ୍ ଏବଂ ଏହି ନିୟମ ଅନୁସାରେ ଏଣ୍ଡୋମେଂଟ କମିଶନର ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଲିଜ ଦେଇପାରିବେ ।

କିନ୍ତୁ ଏହି ହୋଟେଲକୁ କେତେବର୍ଷ ପାଇଁ ଲିଜ ଦିଆଯାଇଛି କ’ଣ ମାତ୍ର ୫ବର୍ଷ ପାଇଁ? ଓଡ଼ିଶା ଏଣ୍ଡୋମେଂଟ ଆକ୍ଟ ଅନୁସାରେ ଦେବୋତର ସଂପତିକୁୂ ଲିଜ ଦେବାବେଳେ ଇ ଅକସନ ହେବାକଥା ଏଥିରେ ହୋଇଥିଲାକି? ଯେତେବେଳେ ଏ ବିବାଦ ମୁଖ୍ୟ ନ୍ୟାୟଳରେ ବିଚାର ଅବସ୍ଥାରେ ରହିଛି କାହା ସ୍ୱାର୍ଥକୁ ପୂରଣ କରିବାପାଇଁ ସରକାର ଏ ପ୍ରକାରର ଏକ ଆବେଦନ କରିଥିଲେ । ଖାଲି ସେତିକି ନୁହେଁ ସରକାର ତତକ୍ଷଣାତ ରେଭିନ୍ୟୁ ସଚିବ, ଆଇନ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଭୁବନେଶ୍ୱର ମ୍ୟୁନିସ୍‌ପାଲଟିର କମିଶନର, ବିଡିଏ ଭାଇସ ଚେୟାରମାନ ଇତ୍ୟାଦିକୁ ନେଇ ଏକ କମିଟି ଗଠନ କରି ଏହି ବିବାଦକୁ ସମାଧାନ କରିବାପାଇଁ ତତ୍ପରତା ଦେଖାଇଛନ୍ତି ।

ରାଡିସନ ଗ୍ରୁପ ଏକ ଆମେରିକୀୟ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହା ସାରା ବିଶ୍ୱରେ ବିଭିନ୍ନ ଯାଗାରେ ହୋଟେଲ କରିଅଛି । ଯଦି ଭୁବନେଶ୍ୱରରେ ରାଡିସନ ଗ୍ରୁପ ହୋଟେଲ କରିବାକୁ ଚାହୁଁଥିଲା ଏବଂ ସରକାର ମଧ୍ୟ ଅନ୍ୟ କେଉଁଠି ଜମି ଦେଇପାରିଥାନ୍ତେ କିନ୍ତୁ ଲିଙ୍ଗରାଜଙ୍କ ଜମିକୁ ଏହି କମ୍ପାନୀକୁ ଟେକି ଦେବାର ସମସ୍ତ ଷଡ଼ଯନ୍ତ୍ରରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେବାର ଆବଶ୍ୟକତା କେଉଁଠି ଥିଲା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଲେ ଯେ ଭିମପୁରା ମୌଜାର ଏହି ଜମିଟି ଭୁବନେଶ୍ୱର ଅନ୍ତଦେଶୀୟ ବିମାନ ବନ୍ଦର ଠାରୁ ମାତ୍ର କିଛି ଶହ ମିଟର ଦୂର । ଏହି ଇଲାକାରେ ଅନ୍ୟ ବାସିନ୍ଦାମାନଙ୍କୁ ଏକମହଲାରୁ ଦ୍ୱିତୀୟ ମହଲା ଘର କରିବାପାଇଁ ବିଡିଏ ଆପ୍ରୋଭାଲ ଦେଉନଥିଲା ବେଳେ ଏଠାରେ ଏକ ବହୁତଳ ହୋଟେଲ ହେବାପାଇଁ କିଏ କାହିଁକି ଓ କାହା ସ୍ୱାର୍ଥରେ ଅନୁମତି ପ୍ରଦାନ କରିଛନ୍ତି ।

ଏହି ଅଂଚଳ ବିମାନ ବନ୍ଦର ପାଖାପାଖି ଅଂଚଳ ହୋଇଥିବା ହେତୁ ଏଠାରେ କୌଣସି ଉଚ୍ଚଅଟାଳିକା ନିର୍ମାଣ କରିବାକୁ ଗଲେ ବିମାନ ବନ୍ଦର କତୃପକ୍ଷଙ୍କ ଅନୁମତି ନେବା ନିତ୍ୟାନ୍ତ ଜରୁରୀ ରାଡିସନ ହୋଟେଲ ଗ୍ରୁପକୁ ଏହି ଅନୁମତି କ’ଣ ବିମାନ ବନ୍ଦର କତୃପକ୍ଷ ଦେଇଛନ୍ତିକି? ଏ ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ଏକ ପ୍ରକାର ଆଇନ ବ୍ୟବସାୟୀ ଯେଉଁମାନେ ସରକାରୀ ବାବୁ ମାନଙ୍କୁ ପୁଳା ପୁଳା ଟଙ୍କା ଦେଇପାରିବେ ଏବଂ ସରକାରୀ ଦଳର ନେତୃବୃନ୍ଦଙ୍କୁ ଦେଇପାରିବେ ସେମାନଙ୍କ ପାଇଁ ଆଉ ଏକ ନିୟମ କାହିଁକି । ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ସେବାୟତ ମାନଙ୍କର ନାମ ତାଙ୍କୁ ସେବାବୃତି ନିମନ୍ତେ ଦିଆଯାଇଥିବା ଜମିରୁ କାଟିଦିଆଗଲା ବେଳେ କିଭଳି ଭାବରେ ଏକ ବ୍ୟବସାୟୀକ ଅନୁଷ୍ଠାନକୁ ଏ ଜମି ହସ୍ତାନ୍ତର କରାଗଲା ।

ପ୍ରଦେଶ କଂଗ୍ରେସ ଆଜି ଦାବି କରିଛି ଏହି ଘଟଣାରେ ସରକାର ଖୋଦ ମୁଖ୍ୟମନ୍ତ୍ରୀ ନିଜେ ମୁହଁ ଖୋଲନ୍ତୁ ଏବଂ କେତେ କୋଟି ଟଙ୍କା କିଏ କେଉଁଭଳି ଭାବରେ ନେଇଛନ୍ତି ତାହାର ତଥ୍ୟ ପ୍ରକାଶ କରନ୍ତୁ । ତତ୍‌ସହିତ ସେବାୟତ ମାନଙ୍କୁ ସେବାବୃତି ନିମନ୍ତେ ଦିଆଯାଇଥିବା ଜମିକୁ ତାଙ୍କ ମାଫର୍ତରେ ରଖାଯାଉ । ଏଥିପାଇଁ ସରକାର ସୁପ୍ରିମକୋର୍ଟରେ ଆବେଦନ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଶ୍ରୀମତୀ ରଶ୍ମି ମହାପାତ୍ର, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Exit mobile version