ପୋଷ୍ଟର ଉପରେ ପୋଷ୍ଟର ମରାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ : ଏଥିରୁ ବାଦ ପଡିନି ସରକାରୀ ଗୃହ  

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ବୈପାରିଗୁଡା :- ପଚାଂୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସରକାରୀ କର୍ମଚାରୀ , ସରକାରୀ କାର୍ଯ୍ୟଳୟ କିମ୍ବା ସରକାରଙ୍କ ଯେ କୌଣସି ସ୍ଥାନ କୁ ପ୍ରାର୍ଥୀ ମାନେ ସେମାନଙ୍କର ପୋଷ୍ଟର ବ୍ୟାନର ନ ଲଗାଇବା ନେଇ କଟକଣା ଜାରୀ କରିଥିଲେ ମଧ୍ୟ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ଅଧିକାଂଶ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି . ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ଦଳୀୟକର୍ମୀ ଓ ପ୍ରାର୍ଥୀ ମାନେ ସେମାନଙ୍କର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇବାରେ ବ୍ୟସ୍ତ ରହୁଥିବା ବେଳେ ଜଣକ ପୋଷ୍ଟର ଉପରେ ଅନ୍ୟ ଜଣେ ପୋଷ୍ଟର ମାରୁଥିବାରୁ ଏନେଇ ଘୋର ଅସନ୍ତୋଷ ଦେଖାଯାଇଛି .

ତେବେ ନିର୍ବାଚନ ଯେତିକି ନିକଟତର ହେଉଛି ରାଜନୈତିକ ବାତାବରଣ ସେତିକି ଉଷ୍ମତା ହେଉଛି .କେତେକ ସ୍ଥାନରେ ଗଣ୍ଡଗୋଳ ଓ ହିଂସାତ୍ମକ ଆଡକୁ ମଧ୍ୟ ଗତି କରିବ ବୋଲି ଏବେ ଶୁଣିବାକୁ ମିଳୁଛି .ଏପରିକି ଦଳ ଦଳ ମଧ୍ୟରେ ଜଣେ ପ୍ରାର୍ଥୀଙ୍କ ପୋଷ୍ଟର ଉପରେ ଅନ୍ୟ ଜଣେ ପ୍ରାର୍ଥୀ ପୋଷ୍ଟର ମାରି ନିଜର ବିଜୟ ସମ୍ଭାବନାକୁ ସଫଳ କରିବା ପାଇଁ ହୀନ ରାଜନୀତି କରିବା ପାଇଁ ଉଦ୍ୟମ କରିବା ସହିତ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ପରାଜିତ କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି କହୁଛନ୍ତି ବିଭିନ୍ନ ଚିହ୍ନର ପ୍ରାର୍ଥୀ . ଯାହାକି ରାଜନୈତିକ ହିଂସାକାଣ୍ଡ ଆଡେ ଗତି କରି ପାରେ ବୋଲି ସାଧାରଣରେ ଚର୍ଚ୍ଛା ଚାଲିଛି .ସେହି ପରି ଭାବେ ଅନ୍ୟ କିଛି ପଚାଂୟତରେ ପ୍ରାର୍ଥୀ ମାନେ ସରକାରୀ ଗୃହ ଗୁଡିକରେ ନିଜର ପ୍ରଚାର ପାଇଁ ଲେଖା ଗୁଡିକ ଲେଖିବା ସହିତ ସରକାରୀ ବିଦ୍ୟୁତ ଖୁଣ୍ଠରେ ପୋଷ୍ଟର ମାରିଥିବାର ଦେଖାଯାଇଛି .

ବାଲିଗାଁ ଠାରେ ଫରୱାର୍ଡ ବ୍ଲକର ଜିଲ୍ଲାପରିଷଦ ପ୍ରାର୍ଥୀ ଭଗତରାମ ସଗରିଆ ଏକ ବଟ ଗଛ ମୂଳରେ ଦଳ ଏବଂ ନିଜର ପ୍ରଚାର ଏବଂ ଭୋଟରଙ୍କୁ ଭୋଟ ଭିକ୍ଷା କରିବା ନେଇ ପୋଷ୍ଟର ମାରିଥିବା ବେଳେ ତାଙ୍କ ପୋଷ୍ଟର ଉପରେ ଅନ୍ୟ ଜଣେ ପ୍ରାର୍ଥୀ ପୋଷ୍ଟର ମାରିଥିବାରୁ ଏହାକୁ ଘୋର ବିରୋଧ କରିଛନ୍ତି ଫରୱାର୍ଡ ବ୍ଲକର ସମ୍ପାଦକ ଶମ୍ଭୁ ପ୍ରସାଦ ମହାନ୍ତି .ସେହି ପରି ଭାବେ ଦଣ୍ଡାବାଡି ଠାରେ ଅଙ୍ଗନୱାର୍ଡ ଗୃହରେ ମଧ୍ୟ କିଛି ପ୍ରାର୍ଥୀ ସେମାନଙ୍କ ପ୍ରଚାର ପାଇଁ ନାଁ ସହିତ ଚିହ୍ନ ଲେଖି ଥିବା ବେଳେ ସେହି ଅଚାଂଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି .

ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାର୍ଡ କେନ୍ଦ୍ରରେ ଏଥର ବୁଥ କରାଯିବା ନେଇ ସ୍ଥିର ହୋଇଥିବା ବେଳେ ଏହି ଲେଖା ଗୁଡିକକୁ କଣ ୨୪ ତରିଖ ଆଗରୁ ହଟା ଯିବ ନ କଣ ବୋଲି ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି . ତେବେ ଏନେଇ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ .ତେଣୁ କୌଣସି ପ୍ରକାର ପ୍ରତିକିୟା ହସ୍ତଗତ ହୋଇପାରିନାହିଁ .

Exit mobile version