ସିଏମ୍ ଭବନରେ କମ୍ପାନୀ ନିୟମ – ୨୦୧୩ ସଂଶୋଧନ ଶିର୍ଷକ ଆଲୋଚନାଚକ୍ର

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ଭୁବନେଶ୍ୱର :- ନୟାପଲ୍ଲିସ୍ଥିତ ସିଏମ୍ଏ ଭବନରେ ହିଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଏକାଉଂଟ୮ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ସମେତ ଓଡ଼ିଶାର ସମସ୍ତ ଚାପ୍ଟର ଏବଂ ଏମାନଙ୍କର ପୂର୍ବଭାରତ ଆଂଚଳିକ ପରିଷଦ (ଇଆଇଆର୍‌ସି)ର ମିଳିତ ଉଦ୍ୟମରେ ରବିବାର ଦିନ ସରକାରୀ କୋଭିଚ୍‌- ୧୯ ଗାଇଟ୍‌ଲାଇନ୍ ପାଳନ ପୂର୍ବକ “ କମ୍ପାନୀ ନୀୟମ -୨୦୧୩ର ଅର୍ଥ ହିସାବ ଓ ସମୀକ୍ଷା ସଂଶୋଧନ” ଶିର୍ଷକ ଏକ ଆଲୋଚନାଚକ୍ର ଉଭୟ ଅଫଲାଇନ୍ ଓ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ଗ୍ରିଭୁକୋର ଅର୍ଥ ନିର୍ଦ୍ଦେଶକ ସିଏମ୍ ଗଗନ ବିହାରୀ ସ୍ଲାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭକ୍ତ ଶିର୍ଷକ ଉପରେ ତାଙ୍କର ସବିଶେଷ ମତବ୍ୟକ୍ତ କରିବ ସହିତ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ସିଏ) କମ୍ପାନୀ ସମ୍ପର୍କୀତ ନିୟମକୁ ଆବଶ୍ୟକ ସୁଲେ ସଂଶୋଧୃତ କରିଥାନ୍ତି ଏବଂ ତାହା ଦେଶବ୍ୟାପି କାର୍ଯ୍ୟକାରୀ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି । କଷ୍ଟମ୍ୟାନେଜମେଟ ସମ୍ପର୍କୀୟ ସର୍ବସାଧାରଣ ଓ ସରକାରୀ ସେବ। କମିଟିର ଅଧ୍ୟକ୍ଷ, ପରିଷଦ ସଭ୍ୟ ସିଏମ୍ ନିରଞ୍ଜନ ମିଶ୍ର ସ୍ଵତନ୍ତ୍ର ଅତିଥ୍‌, ଇଆଇଆରସିର ଅଧ୍ୟକ୍ଷ ସିଏମ୍ଏ ନିଶାନ୍ତ କୁମାର ସଁ, ପିଢ଼ି କମିଟିର ଅଧ୍ୟକ୍ଷ ସିଏମଏ ପଲ୍ଲବ ଭଟ୍ଟାଚାର୍ଯ୍ୟ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଉକ୍ତ ବିଷୟରେ ନିଜନିଜର ମତ ରଖୁଥିଲେ।

ନାଲକୋର ଅତିରିକ୍ତ କମ୍ପାନି ସେକ୍ରେଟାରୀ ସିଏସ୍ ଭରତ କୁମାର ସାହୁ ମଧ୍ୟ ଯୋଗଦେଇ ଏହି କମ୍ପାନୀ ନିୟମ ସଂଶୋଧନ ବିଷୟରେ ଆଲୋକପାତ କରିଥିଲେ। ଭୁବନେଶ୍ଵର ଚାପ୍ଟରର ପିଢ଼ିକମିଟି ଅଧ୍ୟକ୍ଷ ସିଏମ୍ ଶକ୍ତିଧର ସିଂହ କାର୍ଯ୍ୟକ୍ରମଟିର ସୁପରିଚାଳନା କରିଥିଲେ। ଚାପ୍ଟର ଅଧ୍ୟକ୍ଷ ସିଏମ୍ଏ ହିମୋଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ସମ୍ପାଦକ ସିଏମ୍ଏ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନେଶ୍ୱର ଚାପ୍ଟରର ସମସ୍ତ କର୍ମକର୍ତାଙ୍କ ପ୍ରଚେଷ୍ଟାରେ ଆଲୋଚନାଚକ୍ରଟି ଫଳପ୍ରଦ ହୋଇଥିଲା

Exit mobile version