ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ରାୟଗଡ :- ତିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ରେ ଆଜି ରାୟଗଡ ବ୍ଲକ ରେ ଶାନ୍ତି ପୂର୍ଣ୍ଣ ରେ ମତଦାନ ହୋଇ ଯାଇଛି. 21ଟି ପଂଚାୟତ ବିଶିଷ୍ଟରେ 2ଟି ଜିଲ୍ଲା ପରିଷଦ ଜୋନର 3ପ୍ରମୁଖ ଦଳ ର 6ଜଣ ,21ଟି ସରପଞ୍ଚ ପଦବି ପାଇଁ 103ଟି,21ଟି ସମିତି ସଭ୍ୟ ପଦବୀ ପାଇଁ 64ଟି,249 ୱାର୍ଡ ସଭ୍ୟ ପଦବୀ ପାଇଁ 302ଟି ପାର୍ଥୀଙ୍କ ସକାଶେ ନିର୍ବାଚନ ରାୟଗଡ ବ୍ଲକ ରେ 249ବୁଥ ରେ ମତଦାନ ହୋଇଯାଇଛି.

ରାୟଗଡ ବ୍ଲକ ରେ ଥିବା 13 ନମ୍ବର ଓ 14ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ 52636ଜଣ ଭୋଟର ରାୟଗଡ ବ୍ଲକ ରେ ଥିବା ବେଳେ 82.72%ଭୋଟର ମତଦାନ କରିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ ପ୍ରକାଶ କରୁଛନ୍ତି.ଏଙ୍ଗାରସିଙ୍ଗି ପଂଚାୟତ ରେ ସର୍ବ ନିମ୍ୱ67.85% ଓ ଲଷ୍ମୀ ପୁର ପଂଚାୟତ ରେ ସର୍ବାଧିକ 90.33% ମତଦାନ ହୋଇ ଥିବା ବିଡ଼ିଓ ସୂଚନା ଦେଇଛନ୍ତି.

