ବିଜେଡ଼ି ସମର୍ଥିତ ପ୍ରାର୍ଥୀ ପୁଷ୍ପାଞ୍ଜଳି ସାହୁ ଏବଂ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ମାରାଥନ୍ ପ୍ରଚାର

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ସାହୁ,ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସାହୁ ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି।ହରିପୁର ପଞ୍ଚାୟତ ର ସହ ସହ  ସମର୍ଥକ ଙ୍କ ସହ ହରିପୁର,ହାତିଆ ଶିଳା,ଗୋପପୁର,

ଭାଟ ସାହି,ବାଉଁଶ ଗଡ, ବାଲି ସାହି,ଜୟପୁର ଆଦି ଗ୍ରାମ ରେ ସମିତି ସଭ୍ୟା ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ସାହୁ,ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସାହୁ ଲୋକ ମାନଙ୍କ ପାଖକୁ ଯାଇ ଭୋଟ ପାଇଁ ନିବେଦନ କରିଥିଲେ। ହରିପୁର ପଞ୍ଚାୟତ ରେ ପୁଷ୍ପାଞ୍ଜଳି ସାହୁ ,ପ୍ରକାଶ ଚନ୍ଦ୍ର ସାହୁ  ପ୍ରଚାର ଏବଂ ଲୋକପ୍ରିୟତା  ଅନ୍ୟ ପ୍ରାର୍ଥୀ ତୁଳନା ରେ ଅଧିକ ଥିବା ଲୋକ ଲୋଚନରେ ଚର୍ଚ୍ଚା ଚାଲିଛି।

Exit mobile version