ଓଡ଼ିଶା ତାଜା ନ୍ୟୁଜ୍ (୨୦ ଫେବ୍ରୁଆରୀ ରବିବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଫୁଲବାଣୀ, ଫିରିଙ୍ଗିଆ, ଓ ଖଜୁରୀପଡା ବ୍ଲକରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି।ଉକ୍ତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁଠି ଦେଖା ଦେଇଥିଲା ଚଳ ଚଞ୍ଚଳ ପରିବେଶ ଓ ରାଜନୈତିକ ଉଷ୍ମତା।ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ସକାଳ ୬ ଘଣ୍ଟା ଠାରୁ ମତଦାନ କେନ୍ଦ୍ର ଗୁଡିକରେ ନିର୍ବାଚନ ନିୟମ ଅନୁଯାୟୀ ଯଥାବିଧି ନିର୍ବାଚନ ପରିଚାଳନା ଆରମ୍ଭ ହୋଇଥିଲା।

