ଭୋଟ ଦିନ ମତଦାତାଙ୍କୁ ପୋଲିସର ମାଡ: ମାଡ ମାରିଥିବା ଗାଇସିଲେଟ ଥାନା ଆଇଆଇସି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଫେବ୍ରୁଆରୀ ରବିବାର ) ପଦ୍ମପୁର :- ଗତ ୧୮ ରିଖ ଦିନ ଦ୍ବିତୀୟ ପର୍ଯ୍ଯୟ ନିର୍ବାଚନ ଚାଳିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଆଇଆଇସି ଶ୍ରୀ ବୀରବର ଭଗତ ନିଜ ଗାଡିରେ ପୋଲିସ ଫୋର୍ସ ଧରି ବିଭିନ୍ନ ବୁଥ ଭିତରକୁ ପ୍ରବେଶ କରି ସାଧାରଣ ଭୋଟର ମାନଙ୍କୁ ଏପରିକି ମହିଲା ଭୋଟର ମାନଙ୍କୁ ଯେଭଳି ନିର୍ମମ ଓ ଅମାନୁଷିକ ଭାବେ ମାଡ ମାରି ଲୋକଙ୍କୁ ଲହୁ ଲୁହାଣ କରିଲେ, ତା ବିରୋଧରେ ଧିରେ ଧିରେ ତୀବ୍ର ଜନ ଅସନ୍ତୋଷ ଆରମ୍ଭ ହେବାରେ ଲାଗିଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ କେନ୍ଦ୍ର ମାନଙ୍କ ରେ ମତଦାତା ମାନେ ଭୋଟ ଦେଉଥିବା ବେଳେ ସଂପୃକ୍ତ ପୋଲିସ ଅଧିକାରୀ କେଉଁ କାରଣରୁ ଲାଠିରେ ସାଧାରଣ ମତଦାତା ମାନଙ୍କୁ ମାଡ ମାରି କ୍ଷତାକ୍ତ କଲେ ସେ ସଂପର୍କରେ ବରଗଡ ଏସପି ଓ ଅନ୍ଯ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ପାଖରେ ଖବର ଥିଲେ ମଧ୍ଯ କୌଣସି ଅଧିକାରୀ ମତଦାତା ମାନଙ୍କ ପାଖରେ ପହଞ୍ଚି ଘଟଣାର ତଦନ୍ତ କରି ନାହାନ୍ତି ।

ଘଟଣାରୁ ଜଣାଯାଇଛି ଯେ, ଗତ ୧୮ ତାରିଖ ଦିନ ପାଖାପାଖି ୧୦.୩୦ ମିନିଟ ସମୟରେ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଭୋଟ ଗ୍ରହଣ କେନ୍ଦ୍ରକୁ ଗାଇସିଲେଟ ଥାନା ଆଇଆଇସି ଶ୍ରୀ ବୀରବର ଭଗତ ପହଞ୍ଚି ଲୋକେ ଧାଡିରେ ଛିଡା ହୋଇ ଶାନ୍ତିଶୃଙ୍ଖଳାର ସହ ଭୋଟ ଦେଉଥିବା ବେଳେ ବାହାରକୁ ପରିଶ୍ରା ଯାଇ ଫେରୁଥିବା ଜଣେ ସମିତି ସଭ୍ଯ ପ୍ରାର୍ଥୀଙ୍କ ଏଜେଣ୍ଟ ଶ୍ରୀ ନୀଳକଣ୍ଠ ବରିହାଙ୍କୁ କୌଣସି ପ୍ରଶ୍ନ ନ ପଚାରି ଲାଠିରେ ପ୍ରବଳ ମାଡ ମାରିଥିଲେ । ଶ୍ରୀ ନୀଳକଣ୍ଠଙ୍କ କାକା ଯିଏକି ଭୋଟ କେନ୍ଦ୍ରରେ ଉପସ୍ଥିତ ଥିଲେ । ଶ୍ରୀ ଧନେଶ୍ଵର ବରିହା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ଯ ଲାଠିରେ ପ୍ରବଳ ମାଡ ମାରିଥିଲେ ।

ଜଣେ ସମିତିସଭ୍ଯ ପ୍ରାର୍ଥୀଙ୍କ ଏଜେଣ୍ଟ ଥିବା ୨୬ ବର୍ଷ ଶ୍ରୀ ନୀଳକଣ୍ଠ ବର୍ତ୍ତମାନ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେଠାରୁ ୩ କିମି ଦୂରରେ ଥିବା ଆଉ ଏକ ଭୋଟ ଗ୍ରହଣ କେନ୍ଦ୍ର କଠଉମାଲ ଉପ୍ରା ବିଦ୍ୟାଳୟ କୁ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଭୋଟ କେନ୍ଦ୍ର ଭିତରୁ ଭୋଟ ଦେଇ ଫେରୁଥିବା ଶ୍ରୀ ମତୀ ହିମାଙ୍ଗିନି ଥପା କୁ ଲାଠିରେ ମାଡ ମାରିବାରୁ ବାମ ହାତରୁ ରକ୍ତ ବୋହିବା ସହ ଚୁଡି ଭାଙ୍ଗି ଯାଇଥିଲା । ସ୍ବାମୀ ଗୁରୁ ଥପା ଓ ଗାଁର ଅନ୍ଯ ଜଣେ ମହିଲା ପ୍ରିୟମ୍ବଦା ସାହୁ ମହିଲାଙ୍କୁ କାହିଁକି ମାଡ ମାରିଲେ ବୋଲି କହିବାରୁ ଶ୍ରୀ ଭଗତ ଭୁଲ ହୋଇଗଲା କହି ପୁଣି ବାଡି ଧରି ଭୋଟ କେନ୍ଦ୍ର ଭିତରକୁ ପଶିଥିଲେ । ପୁଣି ଭିତରେ ୭୦ ବର୍ଷ ବୟସ୍କ ଜଣେ ସ୍ବାମୀ ପରିତ୍ଯକ୍ତ ଗରିବ ମହିଲା ଶ୍ରୀ ମତୀ ଗୁଲା ସାହୁଙ୍କୁ ଲାଠିରେ ମାଡ ମାରିବାରୁ ମୁଣ୍ଡ ଫୁଲି ଯାଇଛି ଓ ହାତର ଚୁଡି ଭାଙ୍ଗି ଯାଇଛି ।

ଧାଡିରେ ଛିଡା ହୋଇଥିବା ଆଉ ଜଣେ ୫୬ ବର୍ଷ ବୟସ୍କ ଶ୍ରୀ ଧନପତି ସାହୁଙ୍କୁ ମଧ୍ଯ ଶ୍ରୀ ଭଗତ ଲାଠିରେ ନିର୍ମମ ମାଡ ମାରିବାରୁ ପିଠି ଓ ଜଙ୍ଗ ଫାଟି ଯାଇଛି । ଯେଉଁଥି ପାଇଁ କଠଉମାଲ ଗ୍ରାମରେ ଏକ ଉତ୍ତୋଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଫିରିଙ୍ଗିମାଲ ଓ କଠଉମାଲ ଗାଁକୁ ଯାଇ ଗ୍ରାମବାସୀଙ୍କ ଠାରୁ ଭୋଟଦିନ ନିରିହ ମତଦାତାଙ୍କ ଉପରେ ଗାଇସିଲେଟ ଆଇଆଇସି କରିଥିବା ଅତ୍ଯାଚାର ବିଷୟରେ ଶୁଣିଥିଲେ ।

ତୁରନ୍ତ ଗାଇସିଲେଟ ଆଇଆଇସି ଶ୍ରୀ ଭଗତଙ୍କୁ ଚାକିରୀରୁ ନିଲମ୍ବନ ସହ ଥାନାରେ ତାଙ୍କ ବିରୋଧରେ ଏଫଆଇଆର ଦର୍ଜ ପାଇଁ ଉଭୟ ଗ୍ରାମର ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ବିଜେପି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମଦନ ଦୀପ,ବରଗଡ ସାଂସଦ ପ୍ରତିନିଧି ଶ୍ରୀ ପ୍ରବୀଣ ପାଣିଗ୍ରାହୀ,ଶ୍ରୀମତୀ ଝରଣା ପାଣିଗ୍ରାହୀ,ଶ୍ରୀ ବିପିନ ସାହୁ ପ୍ରମୁଖ ସାମିଲ ହୋଇ ଥିଲେ ।

Exit mobile version