
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଫେବ୍ରୁଆରୀ ରବିବାର ) କୋରାଇ :- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟରେ କୋରାଇ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ବ୍ଲକର ୨୮ପଂଚାୟରେ ୪୦୮ବୁଥ ମଧ୍ୟରୁ ଗୋଳେଇପୁର ପଂଚାୟତର ୪ଟି ବୁଥରେ ଗଣ୍ଡଗୋଳଯୋଗୁ ଭୋଟକାର୍ଯ୍ୟ ବନ୍ଦହୋଇଛି । ଫଳରେ ଅବଶିଷ୍ଟ ୪୦୪ଟି ବୁଥରେ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି । ନିର୍ବାଚନ ହୋଇଥିବା ୪୦୪ବୁଥରେ ୮୦ପ୍ରତିଶତର ଅଧିକ ଭୋଟ ହୋଇଥିବା ଜଣାପଡିଛି । ଏହି ବ୍ଲକର ୨୮ଟି ପଂଚାୟତରେ ଜିଲାପରିଷଦ, ସରପଂଚ, ସମିତିସଭ୍ୟ ଓ ୪୦୪ଟି ୱାର୍ଡରେ ପ୍ରର୍ଥୀମାନଙ୍କ ନିମନ୍ତେ ୧ଲକ୍ଷ ୨୨ହଜାର ୬୦୪ଜଣ ଭୋଟ ଦେବାକୁ ଥିଲା ବେଳେ ୮୦ପ୍ରତିଶତ ଅଧିକ ଭୋଟ ଦେଇଛନ୍ତି ।

ଏହି ବ୍ଲକଅଧିନସ୍ଥ ୩ଟି ଜିଲାପରିଷଦ(୧,୨ଓ ୩)ରେ ୧୨ଜଣ, ୨୮ପଂଚାୟତ ନିମନ୍ତେ ସରପଂଚ ୧୨୫ଜଣ ଓ ସମିତିସଭ୍ୟ ୧୦୭ଜଣ ଏବଂ ୬୬୪ଜଣ ୱାର୍ଡ ସଭ୍ୟ ପ୍ରାର୍ଥଙ୍କ ନିମନ୍ତେ ବରିଷ୍ଠନାଗରିକଙ୍କ ସମେତ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଆଦି ଭୋଟରମାନେ ଆସି ଆଜି ନିଜନିଜ ବୁଥରେ ଧାଡିରେ ରହି ଭୋଟ ଦେଇଥିଲେ । ଭୋଟ ପରେ କୋରାଇ ସ୍ଥିତ କାହ୍ନୁଚରଣ ମହାବିଦ୍ୟାଳୟ ଠାରେ ହୋଇଥିବା ନିର୍ବାଚନ ପରିଚଳନା କେନ୍ଦ୍ରରେ ସମସ୍ତ ବୁଥର ଭୋଟିଂବାକ୍ସ ଆଣି କଡାସୁକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
