ବିଞ୍ଝାରପୁର ବ୍ଲକ ବାଛୋଳରେ ଉତ୍ତେଜନା : ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ – ପ୍ରମିଳାଙ୍କ ନିର୍ବାଚନମଣ୍ଡଳୀରେ ଗୁଣ୍ଡାରାଜ୍‍

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଫେବ୍ରୁଆରୀ ରବିବାର ) ଯାଜପୁର :- ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ଖବର ସଂଗ୍ରହ ବେଳେ ଦୁର୍ବୃତ୍ତମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି । ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଛି । ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କାରିଛନ୍ତି ଦୁର୍ବୃତ୍ତ । ସାମ୍ବାଦିକ ମାନଙ୍କୁ ଗୋଡାଇ ଗୋଡାଇ ଦୁର୍ବୃତ୍ତ ମାନେ ପିଟିଥିବା ଦେଖିବାକୁ ମିଳିଛି । ସମସ୍ତ ତିନିଜଣ ସମ୍ବାଦିକ ଆହତ ହୋଇ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଏନେଇ ଯାଜପୁର ଏସପି ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି ଏହି ଘଟଣାରେ ସମ୍ପୃତ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ଏନେଇ ପୋଲିସ ତଦନ୍ତ କରୁୁଛି ।

ସୂଚନା ମୁତାବକ ଯାଜପୁର ଜିଲ୍ଲାରେ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ଓ ଦ୍ଵିତୀୟ ପର‌୍ୟ୍ୟାୟରେ ବୁଥ ଜବରଦଖଲ ଭଳି ଘଟଣା ଘଟିଥିଲା ବେଳେ ଆଜି ତୃତୀୟ ପର‌୍ୟ୍ୟାୟ ମତଦାନ ସମୟରେ କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮, ୯, ୧୦ ଓ ୧୧ ନମ୍ବର ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଦ୍ବାରା ଗଣ୍ଡଗୋଳ ସହ ବୁଥ ଜବରଦଖଲ ହୋଇଥିବା ଜଣାପଡିଛି । ଏବେ ସେହି ୪ଟି ବୁଥରେ ମତଦାନ ବନ୍ଦ ରହିଛି । ବୁଥ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଘଟଣାର ସମାଧାନ କରିବାକୁ ଯାଇଥିବା କୋରେଇ ବିଡିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଇତିମଧ୍ୟରେ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ତହସିଲଦାର ପହଂଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ହିଂସାକାଣ୍ଡ ଘଟଣାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପହଂଚିଛନ୍ତି ।

Exit mobile version