No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Home ଅପରାଧ

ରଣପୁର ବ୍ଲକ୍ ର ବାଉଁଶଗଡ଼ ପଞ୍ଚାୟତରେ ଭୋଟ୍‌କୁ କେନ୍ଦ୍ରକରି : ଦୁଇ ଗୋଷ୍ଠୀ ମୁହାଁମୁହିଁ  – ଭାସ୍କରଙ୍କ ମୁହଁ ଓ ନାକ ଫାଟି ଆହତ 

  • by Proprietor Abhimanyu Maharana
  • 5 years ago
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଫେବ୍ରୁଆରୀ ରବିବାର ) ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ବାଉଁଶଗଡ଼ ପଞ୍ଚାୟତରେ ଭୋଟ୍‌କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ମଧ୍ୟରେ ପ୍ରଥମେ କଥା କଟାକଟି ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ରଣପୁର ବ୍ଲକ୍‌ରେ ଶେଷ ହୋଇଯାଇଥିଲେ ହେଁ ମତଦାନକୁ କେନ୍ଦ୍ର କରି ଏବେ ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ହିଂସାକାଣ୍ଡ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ବାଉଁଶଗଡ଼ ଗାଁର ଭାସ୍କର ବେହେରା ନାମକ ଜଣେ ଯୁବକ ଓ ସେହି ଗାଁର ଅଭୟ ରାଉତଙ୍କ ମଧ୍ୟରେ ଭୋଟ୍ ନେଇ ପ୍ରଥମେ ବଚସା ଓ ପରେ ମାରପିଟ୍‌ର ରୂପ ନେଇଥିଲା । ଏଥିରେ ଭାସ୍କରଙ୍କ ମୁହଁ ଓ ନାକ ଫାଟି ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏପରିକି ଉଭୟଙ୍କ ପକ୍ଷରୁ ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ପରେ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଘଟଣା ସମାଧାନ ହୋଇଥିଲା । ସେହିପରି ପିମ୍ପଲ ଗାଁରେ ଅନୁରୂପ ଭାବେ ଭୋଟ୍‌କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଜଗଜୀବନ ମିଶ୍ର ଓ ସୁବାସ ଚନ୍ଦ୍ର ମିଶ୍ର ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେହିପରି ବଜ୍ରକୋଟ ପଞ୍ଚାୟତ, ଭେରୁପଡ଼ା, ଖଣ୍ଡିସିରେ ମଧ୍ୟ ଭୋଟ୍‌କୁ ନେଇ ଅନୁରୂପ ଭାବେ ଗୋଷ୍ଠୀ କନ୍ଦଳ ଓ ମାରପିଟ୍ ହୋଇଥିବା ଜଣାପଡ଼ିଛି ।

Attachments area

 

  • Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍

Related Content

ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ

by Proprietor Abhimanyu Maharana September 30, 2026

ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା

by Proprietor Abhimanyu Maharana September 29, 2026

ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ

by Proprietor Abhimanyu Maharana September 29, 2026

"ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ

by Proprietor Abhimanyu Maharana September 29, 2026

ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ

by Proprietor Abhimanyu Maharana September 29, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା

by Proprietor Abhimanyu Maharana September 29, 2026
Back to top

© 2023 Odisha Taza News.

Exit mobile version