ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଫେବୃଆରୀ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କନ୍ଧ ଖାଲମଡ଼ା ଗ୍ରାମ ନିକଟସ୍ଥ ପୋଡାଗଡ ତୋଟାରେ ବିରାଜିତ ୩୦ ଖଣ୍ଡ ଆଦିବାସୀ ମୌଜା ଏବଂ ଖାଲମଡ଼ା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ବାଗଦେବୀ ଙ୍କ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି।ପାଞ୍ଚ ଶହ ବର୍ଷ ର କିମ୍ୱଦନ୍ତୀ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଯେ କୌଣସି ଭକ୍ତ ଭକ୍ତି ସହକାରେ ମାନସିକ ରଖିଥିବା ଭକ୍ତ ମାନଙ୍କ ମାନସିକ ପୂର୍ଣ୍ଣ ହୋଇଛି।ଫୁଟି ଠାକୁରାଣୀ ଭାବେ ଆବିର୍ଭୂତା ମା ବାଗ୍ ଦେବୀ ସଂକ୍ରାନ୍ତି, ଅମାବାସ୍ୟା,ପୂର୍ଣ୍ଣିମା,ରେ ମା ବିଭିନ୍ନ ଗ୍ରାମ ପରିକ୍ରମା କରନ୍ତି।ଯାହାକି ନିଶା ରାତ୍ର ରେ ଘୋଡ଼ା ଶବ୍ଦ ସହ ପାଉଁଜି ଶବ୍ଦ ହେଉଥିବା କିଛି ଲୋକ ମଧ୍ୟ ଶୁଣିଛନ୍ତି।ଯାତ୍ରା ଉତ୍ସବ ର ପ୍ରଥମ ଦିନ ମା ଙ୍କୁ ମାଜଣା କରାଇ ହୋମ , ଯଜ୍ଞ, ସଙ୍କୀର୍ତ୍ତନ କରାଯାଇଥାଏ। ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ମା ଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି।ମା ଙ୍କ ପୀଠରେ ଅନ୍ନ ଛତ୍ର ର ବ୍ୟବସ୍ଥା କରାଯାଇଥିଲା ଯାହାକି ଭକ୍ତ ମାନେ ଗ୍ରହଣ କରିଥିଲେ।

