
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ନୟାଗଡ଼ ଜିଲ୍ଲା :- ନୟାଗଡ଼ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସବୁଠି ବିଜେଡି ଆଗୁଆ । ନୟାଗଡ଼ ବ୍ଲକର ଭାଟସାହି ପଞ୍ଚାୟତ ରେ ତିନି ଦଳର ଲଢ଼େଇରେ ବିଜେଡି ର ଦଳୀୟ କର୍ମକର୍ତ୍ତା ଭାବେ ଭାରି ପଡୁଛନ୍ତି ପ୍ରତିଦ୍ୱନ୍ଦୀ ଙ୍କ ଠାରେ , ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଜୋର ଥିବା ଦେଖିବାକୁ ମିଳିଛି । ଭାଟସାହି ଗ୍ରାମପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚନୀ ମୈଦାନ ରେ ପୂର୍ବତନ ସରପଞ୍ଚ ଥିବା କିଶୋର ଚନ୍ଦ୍ର ସାହୁଙ୍କ ପତ୍ନୀ ଶାରଦା କୁମାରୀ ସାହୁ ଲଢ଼େଇ ରେ ଭାଗ ନେଇଛନ୍ତି ।

