
ଆଉ ତିନିଜଣ ଖୋଲମ୍ ଖୋଲା ବୁଲୁଛନ୍ତି , କାହିଁକି ଧରୁନି ପୋଲିସ୍ …?
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ନୟାଗଡ଼ ଜିଲ୍ଲା :- ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ସୁର୍କାବାଡି ଗ୍ରାମରେ ଜୈନିକା ନବବଧୂଙ୍କୁ ଶାଶୂଘର ଲାକେ ମିଳିତ ଭାବେ ବିଷ ପିଆଇ ହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଛି । ଏହି ହତ୍ୟା କାଣ୍ଡ ରେ ଶାଶୁ, ଶ୍ୱଶୁର ,ନଣନ୍ଦ ,ନଣନ୍ଦେଇ , ସ୍ୱାମୀ ସମ୍ପୃକ୍ତ ଥିବା ମୃତକ ଙ୍କ ଭାଇ ଅଭିଯୋଗ କରିଛନ୍ତି । ସୂଚନାନୁସାରେ ରଣପୁର ବାସୁଦିଆ ଗ୍ରାମ ର ବିଷ୍ଣୁପ୍ରିୟା ସାହୁ ସୁର୍କାବାଡ଼ି ର ଜନ୍ମଜୟ ସାହୁ ଙ୍କୁ ବିବାହ କରିଥିଲେ । ଘରକୁ ବୋହୁ କରି ନେଇଥିବା ବିଷ୍ଣୁପ୍ରିୟା ଙ୍କୁ ମାନସିକ ,ଶାରିରୀକ ଚାପ ପକାଇ ଆସୁଥିଲେ ଓ ଯୌତୁକ ନିର୍ଯାତନା ଦେଇ ମାରପିଟ କରି ଆସୁଥିଲେ ଶାଶୂଘର ଲୋକେ ଯାହାକୁ ନେଇ ମଙ୍ଗଳବାର ଦିନ ୧୧ ଟା ସମୟରେ ବିଷ୍ଣୁପ୍ରିୟା ସୁନାଖଳା ଥାନା ରେ ମାମଲା ଦେଇଥିଲେ ଏବଂ ପରେ ଥାନାରେ ଅଭିଯୋଗ ଦାଖଲ କରିଥିବା ବିଷ୍ଣୁପ୍ରିୟା ଙ୍କ ଉପରେ ରାଗ ରଖି ତାଙ୍କୁ ମିଳିତ ଭାବେ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ ପ୍ରିୟା ଙ୍କ ଭାଇ ଦେବାଶିଷ ସାହୁ ।
ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ଭାଇ ଦେବାଶିଷ ସାହୁ ଏବଂ ଗ୍ରାମବାସୀ ଉତ୍ୟକ୍ତ ହୋଇ ସୁର୍କାବାଡି ଗ୍ରାମର ମୁଖ୍ୟ ରାସ୍ତା ଉପରେ ମୃତ ମହିଳାଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ଓ ଗ୍ରାମର କିଛି ଭଦ୍ରବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉତ୍ତେଜନା କୁ ନିୟନ୍ତ୍ରଣ କରିଥିଲେ । ତେବେ ବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ ନିଜକୁ ଦୋଷୀ ଗ୍ରହଣ କରୁଥିବା ବେଳେ ଶାଶୁ , ଶ୍ୱଶୁର ଓ ସ୍ୱାମୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ବିଷ୍ଣୁ ପ୍ରିୟା ଙ୍କ ଭାଇ କହିବା ଅନୁସାରେ ପୋଲିସ ଏହି ହତ୍ୟା ମାମଲାର ତିନି ଜଣଙ୍କୁ ଗିରଫ କରି ଅନ୍ୟ ତିନି ଜଣ ଙ୍କୁ ଗିରଫ କରୁନଥିବା ଏକ ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଆସାମୀ ମାନଙ୍କୁ ଗିରଫ କରିବା ବଦଳରେ ପୋଲିସ ତା ଛତ୍ରଛାୟା ତଳେ ଆଶ୍ରୟ ଦେଇଥିବା ଜଣାପଡିଛି ।
