ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ : ସମସ୍ୟାର ସମାଧାନ କଲେ ତହସିଲଦାର

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ବୈପାରିଗୁଡା :- ବାରମ୍ବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ କେହିଁ ମଧ୍ୟ ଆମ ସମସ୍ୟାକୁ ଗୁରୁତ ଭାବେ ନ ନେବାରୁ ଶେଷରେ ବାଧ୍ୟ ହୋଇ ଆଜି ରାସ୍ତା ଅବରୋଧ କରାଗଲା ବୋଲି କହିଛନ୍ତି ବୈପାରିଗୁଡା ଅଚଂଳର ଚାଷୀ . ୧୮ ତାରିଖ ଦିନ ଭିତରେ ଯଦି ମଣ୍ଡିରୁ ଧାନ ନ ଉଠିବ ତେବେ ଚାଷୀ ସଂଘ ପକ୍ଷରୁ ରାସ୍ତା ଅବରୋଧ କରିବା ନେଇ ଆଗରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ ମଧ୍ୟ ଆଜି ମଣ୍ଡିରୁ ଧାନ କିଣା ଆରମ୍ଭ ନ ହେବା ଏବଂ ଅଧିକାରୀ ମାନଙ୍କ ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ବୈପାରିଗୁଡା ବ୍ଲକର ଚାଷୀ ମାନେ କାଠମିଲ ସାହି ଠାରୁ ଶତାଧିକ ଚାଷୀ ଏକ ବାଇକ ରାଲିରେ ବାହାରି ବାଇକ ପଛରେ ଧାନ ବସ୍ତା ଧରି ରାଜ୍ୟସରକାରଙ୍କ ବିରୋଧରେ ସେଗ୍ନାନ ଦେଇ ବୈପାରିଗୁଡା ସହିଦ ଲକ୍ଷ୍ମଣ ନାୟକ ଛକ ତଥା ରାଚିଂ ବିଜୟୱାର୍ଡ ଜାତୀୟ ରାଜପଥରେ ପହଚଂ ରାସ୍ତା ଅବରୋଧ କରିଥିଲେ.

ବନ୍ଦ ରହିଥିବା ମଣ୍ଡି କୁ ପ୍ରଶାସନ ତରଫରୁ ପୁଣି ଥରେ ଆରମ୍ଭ ନ କଲେ ଚାଷୀ ମାନଙ୍କ ପକ୍ଷରୁ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସହିତ ତହସିଲ, ବ୍ଲକ ସହିତ ଲ୍ୟାମ୍ପସ କାର୍ଯ୍ୟାଳୟକୁ କୁ ଚାଷୀ ମାନେ ଘୋରିବେ ବୋଲି ସିଧାସଳଖ ଚେତାବନୀ ମଧ୍ୟ ଦେଇଛନ୍ତି . ସବୁ ବେଳେ ଚାଷୀ ମାନେ ଏହି ପରି ସମସ୍ୟାରେ ପଡୁଥିବା ବେଳେ ଏହାର ସମାଧାନ ବାଟ କାହିଁକି ସରକାର ଏପର୍ଯ୍ୟନ୍ତ କାଢି ପାରୁ ନାହାନ୍ତି ବୋଲି ଚାଷୀ ମାନେ ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି .

ଚାଷୀ ମାନଙ୍କ ପକ୍ଷରୁ କହୁଯାଇଛି ଯେ ଖରିଫ ଧାନ ୨୧/୨୨ ମଣ୍ଡିର ଅବ୍ୟବସ୍ଥା ଯୋଗୁଁ ଅଧିକାଂଶ ଚାଷୀ ଧାନ ବିକ୍ରି କରି ପାରିନଥିବାର ଘରେ ବାହାରେ ପଡି ଧାନ ଗୁଡିକ ନଷ୍ଟ ହେଉଛି. କିଛି ଚାଷୀ ମାନଙ୍କର ଦିଆଯାଇଥିବା ଟୋକେନ ଗୁଡିକର ତାରିଖ ପୂରଣ ହୋଇ ସରିଲାଣି ମାତ୍ର ମଣ୍ଡିରୁ ଧାନ ଉଠୁନାହିଁ .ଚାଷୀଙ୍କ ଧାନ ବିକ୍ରି ନ ହେବା ଫଳରେ ଚାଷୀ ମାନେ ଅଧିକ ରୁ ଅଧିକ ଋୁଣ ଭାର ବଢି ଚାଲିଥିବା ବେଳେ କଣ ସରକାର ଋୁଣ ଭାର କମାଇ ପାରିବେ କି ? ବୋଲି ଚାଷୀ ମାନେ କହିଛନ୍ତି .

ତେବେ ଚାଷୀ ମାନେ ରାସ୍ତାରେ ଧାରଣା ବସିଥିବା ଖବର ପାଇବା ମାତ୍ରା ସଙ୍ଗେ ସଙ୍ଗେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ ଚାଷୀ ମାନଙ୍କ ପାଖରେ ପହଚଂ ଚାଷୀଙ୍କୁ ବୁଝାସୁଝା କରିବା ସହିତ ସେମାନଙ୍କର ସମସ୍ୟାକୁ ସମାଧାନ କରିବା ସହିତ ଚାଷୀଙ୍କୁ ରାସ୍ତାରୋକ ରୁ ଉଠାଇଥିଲେ . କାଲି ଠାରୁ ବୈପାରିଗୁଡା ବ୍ଳକରେ ଥିବା ମଣ୍ଡି ରୁ ଧାନ କିଣା ଆରମ୍ଭ ହେବା ବୋଲି ଲ୍ୟାମ୍ପସ ଏମଡି ଓ ତହସିଲଦାର ଚାଷୀ ମାନଙ୍କୁ କହିବା ପରେ ଚାଷୀ ମାନେ ରାସ୍ତା ରୋକ ଧାରଣାରୁ ଉଠି ଥିବାର ଦେଖାଯାଇଛି

Exit mobile version