
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଫେବ୍ରୁଆରୀ ବୁଧବାର ) ନୟାଗଡ଼ :- ନୟାଗଡ଼ ବ୍ଲକ ର ୧୩ ନମ୍ବର ଜୋନ ଚଣ୍ଡୀବସ୍ତ ଗ୍ରାମପଞ୍ଚାୟତ ରେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ତେଜୁଛି ପ୍ରତିଦ୍ବନ୍ଦିତା । ନିର୍ବାଚନକୁ ବହୁତ କମ ଦିନ ଥିବା ବେଳେ ବିଜେଡି , ବିଜେପି ,କଂଗ୍ରେସ ପ୍ରାର୍ଥୀ ଙ୍କ ମଧ୍ୟରେ ତେଜୁଛି ନିର୍ବାଚନୀ ଲଢ଼େଇ । ନୟାଗଡ଼ ବ୍ଲକ ର ଚଣ୍ଡୀବସ୍ତ ୧୩ ନଂ ଜୋନ ଗ୍ରାମପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ କିଶୋର ଚନ୍ଦ୍ର ସାହୁ ବିଜେଡି ର ପ୍ରାର୍ଥୀ ହୋଇ ଭୋଟର ଙ୍କ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରିଛନ୍ତି । କିଶୋର ଚନ୍ଦ୍ର ସାହୁ ବିଜେଡି ର ଜଣେ ତୁଙ୍ଗ ନେତା ତଥା ଶିକ୍ଷାବିତ୍ ହେବା ସହ ଜଣାଶୁଣା ସମାଜସେବୀ ମଧ୍ୟ ଅଟନ୍ତି । ଲୋକଙ୍କ ଉନ୍ନତି ଓ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ସେ ନିର୍ବାଚନ କୁ ଆସିଥିବା କଥା କହିଛନ୍ତି ।

