ନୟାଗଡ଼ ବ୍ଲକର ୧୪ ନମ୍ବର ଜୋନ ରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ – ଆଶିଷ କୁମାର ଅଗ୍ରୱାଲ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଫେବ୍ରୁଆରୀ ମଙ୍ଗଳବାର ) ନୟାଗଡ଼ :- ପଞ୍ଚାୟତ ନିର୍ବାଚନ ଯେତିକି ଘନେଇ ଆସୁଛି ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ବଢୁଛି । ନୟାଗଡ଼ ବ୍ଲକ ର ୧୪ ନମ୍ବର ଜୋନ ରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ବିଜେଡି ରୁ ଆଶିଷ କୁମାର ଅଗ୍ରୱାଲ ଲଢ଼ୁଥିବା ବେଳେ ବିଜେପି ରୁ ବୀରେନ୍ଦ୍ର କୁମାର ନାୟକ ଓ କଂଗ୍ରେସ ରୁ ପୂର୍ଣ୍ଣ ଚନ୍ଦ୍ର ଶାନ୍ତ ପ୍ରତିଦ୍ୱନ୍ଦୀ କରୁଥିବା ଦେଖା ଦେଇଛି ।

ବିଜେଡି , ବିଜେପି , କଂଗ୍ରେସ ଲଢ଼େଇ ରେ ବିଜେଡି ପଞ୍ଚାୟତ ଗୁଡିକରେ ଆଗୁଆ ଥିବା କଥା ଜଣା ଯାଉଛି । ବିଜେପି , କଂଗ୍ରେସ କୁ ପଛରେ ପକାଇ ଏହି ଜୋନ ରେ ମଧ୍ୟ ବିଜେଡି ଆଗୁଆ ଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଆଶିଷ ବିଜେଡି ର ତୁଙ୍ଗ ନେତା ହେବା ସହ ଜନ ସ୍ୱାର୍ଥକର କାର୍ଯ୍ୟ କରି ଲୋକଙ୍କ ସାଙ୍ଗରେ ରହି ଆସୁଥିଲେ ।

ହେଲେ ଚଳିତ ବର୍ଷ ତାଙ୍କୁ ମିଳିଛି ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ିବାର ମୌକା । ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରାଜନୈତିକ କୌଶଳ ଓ ଯୋଜନା ଦେଖାଇ ଭୋଟର ଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି । ଆଗକୁ ଦେଖାଯାଉ ଲୋକଙ୍କ ଭରସା ବିଶ୍ୱାସ କୁ ଜିତି ପାରୁଛନ୍ତି ନା ନାହିଁ

Exit mobile version