ବୈପାରିଗୁଡା ପଞ୍ଚୟାତରେ ରାଧାମଣିଙ୍କ ଖୋଲାଛତା ଚିହ୍ନ ସପକ୍ଷରେ ଭୋଟ ଭିକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଫେବ୍ରୁଆରୀ ମଙ୍ଗଳବାର ) ବୈପାରିଗୁଡା :- ମୁଣ୍ଡରେ ଖୋଲାଛତା ହାତରେ ଧରିଛନ୍ତି ଖୋଲାଛତା ଚିହ୍ନ ଥିବା ସଂକେତ କାର୍ଡ ଏବଂ ବାହାରି ପଡିଛନ୍ତି  ଗ୍ରାମପଞ୍ଚୟାତର ପୁରୁଖା ଲୋକଙ୍କୁ ସାଙ୍ଗ ରେ ନେଇ ତ୍ରିସ୍ତରୀୟ ନିର୍ବାଚନରେ ନିଜ ପାଇଁ ପ୍ରଚାର କରିବାକୁ ବାହାରି ଭୋଟର ଙ୍କୁ ଖୋଲାଛତା ଦେଖାଇବା ସହ ଚିହ୍ନ ଥିବା ସଂକେତ କାର୍ଡ ଦେଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବାର ଦେଖାଯାଇଛି !ତେବେ ସକାଳ ହେବା ମାତ୍ର ଗାଁ ଗହଳିକୁ ଯାଇ ନିର୍ବାଚନ ପ୍ରଚାର କରୁଛନ୍ତି ବୈପାରିଗୁଡା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥାନୀ ରାଧାମଣି ନାୟକ !

ବୈପାରିଗୁଡା ପଞ୍ଚୟାତରେ ରୀଧାମଣି ନାୟକ ଚଳିତ ନିର୍ବାଚନ ରେ ସରପଞ୍ଚ ପଦବୀ ନେଇ ପ୍ରତିଦ୍ବନ୍ଦିତା କରୁଛନ୍ତି l ପ୍ରାର୍ଥୀନୀଙ୍କର ସ୍ୱାମୀ ଗାଁ ଗହଳି ବୁଲି ଜନସାଧାରଣଙ୍କୁ ଖରା,ବର୍ଷା,ଶୀତରେ ସବୁ ସମୟରେ ସେବା ଯୋଗାଇ ଆସୁଥିବା ବେଳେ ତାଙ୍କ ଦିଅର ଧନପତି ନାୟକ ବୈପାରିଗୁଡା ଅଞ୍ଚଳର ଜଣେ ଜଣାଶୁଣା ସ୍ବୋର୍ଚ୍ଛାସେବୀ ଭାବେ ପରିଚିତ ରହିଛନ୍ତି  ପରିବାରର ପଞ୍ଚାୟତରେ ଖୁବ ନାଁ ରହିଛି ମଧ୍ଯ ରହିଛି l ପରିବାର ର ସ୍ମୃତି କୁ ପାଥେୟ କରି ନିର୍ବାଚନ ମୈଦାନରେ ପାଦ ଥାପିଛନ୍ତି ସରପଞ୍ଚ ପ୍ରାର୍ଥୀନୀ ରାଧାମଣି l

ଯାହା ନେଇ ଶ୍ରୀମତୀ ରାଧାମଣି ନିର୍ବାଚନ ରଣାଂଗନ ରେ ଖୋଲାଛତା ଚିହ୍ନ ସପକ୍ଷ ରେ ଭୋଟରଙ୍କୁ ଆପଣଉଛନ୍ତି l ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ଯିବା ସହ ଘରକୁ ଘର ଯାଇ ପ୍ରାର୍ଥୀନୀ ଭୋଟରଙ୍କୁ ସାକ୍ଷାତ କରି ନିଜ ର ନିର୍ବାଚନୀ ସଂକେତ ସପକ୍ଷରେ ମତ ସାବ୍ୟସ୍ତ ପାଇଁ ପ୍ରଚାର ଚଳାଇଛନ୍ତି l

Exit mobile version