
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରୀ ସୋମବାର ) ଓଡ଼ଗାଁ,ନନ୍ଦିଘର :- ପଞ୍ଚାୟତ ନିର୍ବାଚନ କୁ ଦୁଇ ଦିନ ବାକି ରହିଲା ପ୍ରାର୍ଥୀ ମାନଙ୍କ ମଧ୍ୟରେ ତେଜୁଛି ପ୍ରତିଦ୍ବନ୍ଦିତା । ଚଳିତ ବର୍ଷ ମହିଳା ସଂରକ୍ଷିତ ଆସନ ହୋଇଥିବାରୁ ମହିଳା ପ୍ରାର୍ଥୀ ଲଢ଼ୁଛନ୍ତି । ନିର୍ବାଚନକୁ ବହୁତ କମ ଦିନ ଥିବା ବେଳେ ବିଜେଡି , ବିଜେପି ,କଂଗ୍ରେସ ପ୍ରାର୍ଥୀନି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ନିର୍ବାଚନୀ ଲଢ଼େଇ । ନୟାଗଡ଼ ଜିଲ୍ଳା ନୟାଗଡ଼ ବ୍ଲକ ର ନନ୍ଦିଘର ଗ୍ରାମପଞ୍ଚାୟତ ର ସମିତିସଭ୍ୟା ପାର୍ଥିନୀ ଭାବେ ବିଜେଡି ର ଛାମୁଆ ନେତା ମାନସ କୁମାର ସ୍ୱାଇଁ ଙ୍କ ଧର୍ମ ପତ୍ନୀ ମାନସୀ ସ୍ୱାଇଁ ସମିତିସଭ୍ୟା ପ୍ରାର୍ଥୀନୀ ହୋଇ ଲଢୁଛନ୍ତି ।

