୧୩ ନଂ ଜୋନରୁ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀନୀ ମହେଶ୍ୱରୀ ଦେବୀଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଜୋରଦାର କଲା ଜିଲ୍ଲା କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ (୧୩ ଫ୍ରେବୃଆରୀ ,ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଳକ ୧୩ ନମ୍ବର ଜୋନ୍ ଠାରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିଲା.. ଏହି ସଭାରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ମୋହନା ବିଧାୟକ ତଥା

ଜିଲ୍ଲା କଂଗ୍ରେସ ଦଳର ସଭାପତି ଦାଶରଥି ଗୋମଙ୍ଗ ଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦିତା କରୁଥିବା ୧୩ନଂ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ମାହେଶ୍ଵରୀ ଦେବୀଙ୍କ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି l

କଂଗ୍ରେସ ଦଳର ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ୧୩ନଂ ଜୋନର ବିଭିନ୍ନ ଗ୍ରାମ ଗୁଡିକୁ ଯାଇ ପ୍ରଚାର କରି କଂଗ୍ରେସ ଦଳର ପ୍ରାର୍ଥୀନୀ ମହେଶ୍ୱର ଦେବୀଙ୍କୁ ହାତ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନେବେଦନ କରୁଥିବା ଦେଖିବାକୁ ମିଳିଛି l

Exit mobile version