ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ମା’ ବାପାଙ୍କର ଇଚ୍ଛା ଥାଏ ଯେ…,8 ମଇ :- ମା’ ବାପାଙ୍କର ଇଚ୍ଛା ଥାଏ ଯେ, ସେମାନଙ୍କର ପିଲାମାନଙ୍କୁ ସେହି ସମସ୍ତ ଖୁସି ପ୍ରାପ୍ତ ହେଉ ଯେଉଁଥିପାଇଁ ସେ ପ୍ରକୃତ ହକଦାର ଅଟନ୍ତି । ଗର୍ବରେ ସେହି ଅଭିଭାବକଙ୍କ ଛାଚି ଛଉଦା ହୋଇଯାଏ ଯେତେବେଳେ ତାଙ୍କ ପୁଅ ଏବଂ ଝୁଅ ଜୀବନରେ କିଛି ସଫଳତା ହାସଲ କରଥାନ୍ତି ।
ଏହି ମଧ୍ୟରେ ଜଣେ ବାପା-ଝିଅଙ୍କ ପଟୋ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି, ଯାହାକୁ ଦେଖି ଅନେକ ଭାବପ୍ରବଣ ହୋଇଯାଇଥିବେ । ଫଟୋଟି ସେୟାର କରିଥିବା ବ୍ୟକ୍ତିଙ୍କ ମୁତାବକ ଏହି ମହିଳା ଜଣକ ଡେପୁସି ଏସପି ଅଟନ୍ତି । ଏହି ଫଟୋଟି ମଣିପୁର ରାଜଧାନୀ ଇମ୍ଫାଲ ଅଟେ । ପିତା ଖୁବ ଗର୍ବର ସହିତ ନିଜ ଝିଅର ଖାସି ପୋଷାକରେ ଲାଗିଥିବା ତାରାକୁ ସ୍ପର୍ଶ କରୁଥିବାର ଦେଖିବାକୁ ମିଳୁଛି ।
