ଯୁବ ସମାଜସେବୀଙ୍କ ଦେହାନ୍ତ

ଓଡ଼ିଶା ତାଜା ନ୍ୟୁଜ (୧୩ ଫ୍ରେବୃଆରୀ ,ରବିବାର ) ଖୋର୍ଦ୍ଧା- ଜଟଣୀ :- ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ୫୮ ବର୍ଷୀୟ ମହମ୍ମଦ କୌଶର ‘ବାଵ’ ଙ୍କ ଆଜି ଦେହାନ୍ତ ହୋଇଯାଇଛି ।ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଏମ୍ସ ହସ୍ପିଟାଲକୁ ନେଇଥିଲେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

ମୃତ୍ୟୁ ଖବର ପ୍ରଚାରିତ ହେବାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ କୌଶର ଅତ୍ୟନ୍ତ ମିଳାପୀ, ମିଷ୍ଟଭାସି ଲୋକ ଥିଲେ ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଝିଅ,ଜ୍ୱାଇଁ,ପୁଅ, ବୋହୁ,ଭାଇ,ଭଉଣୀ, ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେହିପରି ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

Exit mobile version