ପାଣି ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ

ଓଡ଼ିଶା ତାଜା ନ୍ୟୁଜ (୧୩ ଫ୍ରେବୃଆରୀ ,ରବିବାର ) କଳାହାଣ୍ଡି :- କଳାହାଣ୍ଡିର ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଚଂଳର ଡଙ୍ଗରତଳପଡା ନିକଟସ୍ଥ ଲମଟି ଡୁଙ୍ଗୁରି ଓ କରା ଡୁଙ୍ଗୁରି ମଝିରେ ଏକ ପାଣିଖାଳରୁ ଏକ ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ହାତୀ ପଲ ସହ ୫ ରୁ ୭ ବର୍ଷର ଏକ ଛୁଆ ହାତୀ ଯିବା ବେଳେ ଭୋର ସମୟରେ ଖାଳରେ ଖସିପଡ଼ି ଥିବା ଅନୁମାନ କରାଯାଏ। ପ୍ରଥମେ ସ୍ଥାନୀୟ ଲୋକେ ହାତୀ ଛୁଆଟିକୁ ଖାଳ ଭିତରେ ଦେଖି ନର୍ଲା ବନବିଭାଗକୁ ଖବର ଦେଇଥିଲେ।ବନ ବିଭାଗ କର୍ମଚାରୀ ଦୀର୍ଘ ୨ ରୁ ୩ ଘଣ୍ଟା ଧରି ଜେସିବି ସାହାଯ୍ୟରେ ମାଟି କାଢି ରାସ୍ତା କଲାପରେ ହାତୀ ଛୁଆଟି ଆପେ ଆପେ ବାହାରି ଜଙ୍ଗଲ ଆଡ଼କୁ ଦୈ।ଡି ପଲାଇଥିଲା ‌।

ନର୍ଲା ଅଞ୍ଚଳରେ ଗତ ୯ ତାରିଖ ଦିନ ଏକ ମାଈ ହାତୀର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବେଳେ ଗତ ଶନିବାର ଦିନ ହାତୀ ମଧ୍ୟରେ ସଂଘର୍ଷ ଘଟି ଏକ ଦନ୍ତା ହାତୀର ମୃତ୍ୟୁ ମଧ୍ୟ ହୋଇଥିଲା। ପୁଣି ଏକ ହାତୀ ଛୁଆ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ବେଳେ ବିପଦରେ ସମ୍ମୁଖୀନ ହେଉଥିବା ହାତୀଙ୍କ ପ୍ରତି ଜନସାଧାରଣ ଓ ପ୍ରାଣୀ ପ୍ରେମୀ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି। ବନବିଭାଗ ଏଥିପାଇଁ ସଂପୂର୍ଣ୍ଣ ସଜାଗ ରହିବାକୁ ଦାବି ହେଉଛି ।

Exit mobile version