ଗଜପତି ଜିଲ୍ଲା ରାୟଗଡ ସାପ୍ତାହିକ ହାଟରେ କଂଗ୍ରେସ୍ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ…

ଓଡ଼ିଶା ତାଜା ନ୍ୟୁଜ୍ (୧୨ଫେବ୍ରୁଆରୀ ଶନିବାର ) ନୂଆଗାଁ :- ପଞ୍ଚାୟତ ମହା ଲଢେଇ ପାଇଁ ସରଗରମ ରାଜନୀତି ଭୋଟର କୁ ମନାଇବାପାଇଁ ଚାଲିଛି ଅନେକ ରଣକୌଶଳ କାନ୍ଥ ବାଡ଼ରେ ପୋଷ୍ଟର ବେନର ଲଗାଇ ଆରମ୍ଭ ହୋଇଯାଇଛି ରୋଡସୋ । ଏପରି କିଛି ଶନିବାର ଗଜପତି ଜିଲ୍ଲା ରାୟଗଡ଼ ହାଟରେ ଦେଖିବାକୁ ମିଳିଛି । ତିନି ପ୍ରମୁଖ ଦଳ କଂଗ୍ରେସ ବିଜେପି ଓ ବିଜେଡି ନିଜନିଜର ୧୩ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାୟଗଡ ବ୍ଲକ ଅଫିସ ପାଖରୁ ବାହାରି ହାଟ ପର୍ଯ୍ୟନ୍ତ ପରିକ୍ରମକରି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । କଂଗ୍ରେସ ଦଳର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଲୋକସେବା ପ୍ରାଥି ରଶ୍ମି ରଂଜନ ପଟ୍ଟନାୟକ ଉକ୍ତ ସ୍ଥାନରେ ମାହେଶ୍ୱରୀ ଙ୍କ ପାଇ ଭୋଟ ଭିକ୍ଷା କରିଥିଲେ ସେହିପରି ବି ଯେ ପି ମଧ୍ୟ ପ୍ରଚାର କାମ ନ ଥିଲା

ବିଜେଡି ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍ ବିଜୟ କୁମାର ଓ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ପୂର୍ଣାବସି ନାୟକଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଉକ୍ତ ରୋଡସୋ କରି ବିଜେଡ଼ିର ୧୩ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥିନି ଶ୍ରୀମତି ଗୌତମୀ ଜନୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିବା ବେଳେ କଂଗ୍ରେସ ମଧ୍ଯ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ଯୁବ କଂଗ୍ରେସ ନେତା ତଥା ବ୍ଲକ କଂଗ୍ରେସ କମିଟି ଉପସଭାପତି ମଫିଏଲ୍ ସ୍ୱାଲସିଂ ଙ୍କ ନେତୃତ୍ବରେ ହଜାର ହଜାର କର୍ମୀଙ୍କ ସହ ବାଇକ୍ କାର ଓଟୋ ର ବିଶାଳ ଶୋଭାଯାତ୍ରା କରି ରାୟଗଡ଼ ଜିଲ୍ଲା ପରିଷଦର ୧୩ ନଂ ଯୋନର କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ମାହେଶ୍ୱରୀ ଦେବୀ(ପିଙ୍କି) ଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।

Exit mobile version