Home ଅପରାଧ ଭିଜିଲାନ୍ସ ଜାଲରେ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୨ଫେବ୍ରୁଆରୀ ଶନିବାର ) ବାଲିଗୁଡା :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମିଳିତ ଚଢ଼ାଉ କରିଥିବା ଜଣାପଡିଛି l କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣବେହେରା ଙ୍କ କ.ନୂଆଗାଁ କାର୍ଯାଳୟ, ଭଞ୍ଜନଗର, ବୌଦ, ଘର ସମେତ ଅନେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି l ରେଞ୍ଜର ବେହେରା ଙ୍କ ବିରୁଦ୍ଧରେ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ନେଇ ବହୁ ଅଭିଯୋଗ ରହିଥିଲା ଫଳରେ ଆଜି ଗୁରୁବାର ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି l ଭିଜିଲାନ୍ସ ଅଧିକାରୀ ମାନେ ବ୍ୟାଙ୍କ ପାସ ବୁକ, ଜରୁରୀ କାଗଜ ପତ୍ର, ପ୍ରଭୁତି ଜବତ କରିଛନ୍ତି l ତେବେ ତଦନ୍ତ ପରେ ସର୍ବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ ମାନେ ସୂଚନା ଦେଇଛନ୍ତି l ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026