ଲିମ୍ଫାଟିକ ଫାଇଲେରିଆସିସ୍‍ ନିରାକରଣ ପାଇଁ ଓଡ଼ିଶା ପ୍ରତିବଦ୍ଧ : ବର୍ଷକରେ ଥରେ ଫାଇଲେରିଆ ନିରୋଧୀ ଔଷଧ ସେବନ ଆପଣଙ୍କୁ ଓ ଆପଣଙ୍କ ପ୍ରିୟ ପରିଜନଙ୍କୁ – ଫାଇଲେରିଆରୁ ସୁରକ୍ଷା ପ୍ରଦାନ କରିପାରିବ

“ଡା.ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଓଡ଼ିଶାଙ୍କ ଦ୍ୱାରା ନୟାଗଡରୁ ସାମୁହିକ ଔଷଧ ସେବନ ଅଭିଯାନ ଉଦ୍‍ଘାଟିତ” ଏମ୍‍ଡିଏ ଶୁଭାରମ୍ଭ ଉତ୍ସବ । 

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲିମ୍ଫାଟିକ ଫାଇଲେରିଆସିସ୍‍ ନିରାକରଣ ଲକ୍ଷ୍ୟ ହାସଲ ଦିଗରେ କୌଣସି ପ୍ରୟାସ ହାତଛଡା ନକରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ୨୦୨୨ ଫେବୃଆରୀ ୧୦ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୟାଗଡ ଜିଲ୍ଲାରୁ ସାମୁହିକ ଔଷଧ ସେବନ (ଏମ୍‍ଡିଏ) ପର୍ଯ୍ୟାୟଗୁଡିକ ଶୁଭାରମ୍ଭ କରିବାକୁ ଏକ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥିଲା । କୋଭିଡ-୧୯ ସମ୍ପର୍କିତ ସମସ୍ତ ନିୟମାବଳୀକୁ ପାଳନ କରାଯାଇ ଏହି ପର୍ଯ୍ୟାୟଗୁଡିକ ୨୦୨୨ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ ।

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମକରନ୍ଦ ବେଉରା, ନୟାଗଡ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପୁଷ୍ପ ନିଳୀମା ଲାକ୍ରା, ନୟାଗଡ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ତାରକ ପ୍ରସନ୍ନ ତ୍ରିପାଠୀ, ନୟାଗଡ ଆଇସିଡିଏସ୍‍ ସିଡିପିଓ ଶ୍ରୀମତୀ ଲକ୍ଷ୍ମୀ ଦାସ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାର ରାଜ୍ୟ ସଂଯୋଜକ ଡା. ବି ପି ଦତ୍ତ ଏବଂ ଜିଏଚଏସ୍‍ର ବରିଷ୍ଠ ଡାଇରେକ୍ଟର ଶ୍ରୀ ଅନୁଜ ଘୋଷ ପ୍ରମୁଖ ଏହି ଶୁଭାରମ୍ଭ ଉତ୍ସବରେ ଉପସ୍ଥିତ ଥିଲେ । ଉଦ୍‍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର କହିଥିଲେ ଯେ, “ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ।

ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଅକ୍ଷମତାର ଏକ ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍‍ । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା କିନ୍ତୁ ବୟସ୍କ ଅବସ୍ଥାରେ ପ୍ରତ୍ୟକ୍ଷ ଭାବରେ ପରିଲକ୍ଷିତ ହେଉଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ ଏବଂ ଏହାର ଯଦି ଚିକିତ୍ସା କରାନଯାଏ, ତେବେ ଏହା ଶରରୀର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟି କରିଥାଏ ଯାହା ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରିବ ନାହିଁ । ଫାଇଲେରିଆସିସ୍‍ରେ ଆକ୍ରାନ୍ତ ଲୋକ ଅନେକ ସମୟରେ ହାଇଡ୍ରୋସିଲ, ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ ଚାଇଲୁରିଆ (ଇଷତ୍‍ ଦୁଗ୍ଧ ରଙ୍ଗର ପରିସ୍ରା)ର ଶିକାର ହୋଇଥାନ୍ତି ।

ଏହି ପରିସ୍ଥିତି ଲିମ୍ଫାଟିକ ଫାଇଲେରିଆସିସ୍‍ରେ ଆକ୍ରାନ୍ତ ଲୋକଙ୍କର ଜୀବିବା ଉପାର୍ଜନ ଓ ସେମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ତଥା ସେମାନଙ୍କର କାର୍ଯ୍ୟ କରିବାର ସାମର୍ଥ୍ୟକୁ ପ୍ରଭାବିତ କରିଥାଏ ଏବଂ ଅନେକ ସମୟରେ ସେମାନେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ଫାଇଲେରିଆସିସ୍‍ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି ଓ ଆଲବେଣ୍ଡାଜୋଲ) ସେବନ ଦ୍ୱାରା ରୋକାଯାଇପାରିବ ।” ୨ ଜ୍ଝ ଚବଶର ସେ ମଧ୍ୟ କହିଥିଲେ ଯେ, “ଏମ୍‍ଡିଏ ପର୍ଯ୍ୟାଗୁଡିକୁ ସଫଳ କରିବା ପାଇଁ ଗୋଷ୍ଠୀ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆମେ ଦୃଷ୍ଟିନିବଦ୍ଧ କରୁଛୁ ।”

ଜନସାଧାରଣ ନିଜକୁ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଫାଇଲେରିଆସିସ୍‍ରୁ ସୁରକ୍ଷିତ ରଖିବା ନିମନ୍ତେ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଔଷଧ ସେବନ କରିବା ଅନିବାର୍ଯ୍ୟ ବୋଲି ସେ ଜନସମୁଦାୟଙ୍କୁ ନିବେଦନ କରି କହିଥିଲେ । ତାଙ୍କର ଉଦ୍‍ବୋଧନ ପରେ ସେ କେତେକ ହିତାଧିକାରୀଙ୍କୁ ଫାଇଲେରିଆ ନିରୋଧୀ ଔଷଧ ସେବନ କରାଇ ଆନୁଷ୍ଠାନିକ ଭାବରେ ସାମୁହିକ ଔଷଧ ସେବନ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ । ଫେବୃଆରୀ ୧୦ ତାରିଖରେ ଏମ୍‍ଡିଏ ଆରମ୍ଭ କରାଯାଇଥିବା ୮ଟି ଜିଲା ମଧ୍ୟରେ ଅନୁଗୁଳ, ବାଲେଶ୍ୱର, କଟକ, ଗଞ୍ଜାମ, ଢେଙ୍କାନାଳ, ଝାରସୁଗୁଡା, ନୂଆପଡା ଏବଂ ନୟାଗଡ ରହିଛି ।

ନୟାଗଡର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମକରନ୍ଦ ବେଉରା ଉଲ୍ଲେଖ କରିଥିଲେ ଯେ, “ଏମ୍‍ଡିଏ ପର୍ଯ୍ୟାୟଗୁଡିକ ସମୟରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ ତାହା ସୁନିଶ୍ଚିତ କରାଯିବ । କେବଳ ୨ ବର୍ଷରୁ କମ୍‍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କୁ ବାଦ୍‍ ଦେଲେ ଅନ୍ୟ ସମସ୍ତେ ଏହି ପର୍ଯ୍ୟାୟଗୁଡିକ ଅବସରରେ ଧାର୍ଯ୍ୟ ପାନର ଔଷଧ ନିଶ୍ଚିତ ସେବନ କରିବାକୁ ହେବ ।”

ସେ ପୁନଶ୍ଚ କହିଥିଲେ ଯେ ସାଧାରଣତଃ ବିରଳ ଦେଖାଯାଇଥିବା କୌଣସି ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା କ୍ଷେତ୍ରରେ ତାହାର ମୁକାବିଲା କରିବାକୁ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ସୁପରଭାଇଜର ଏବଂ ତ୍ୱରିତ କ୍ରିୟାନ୍ୱୟନ ଦଳଗୁଡିଙ୍କୁ ସମସ୍ତ ବ୍ଲକ୍‍ରେ ମୁତୟନ କରାଯାଇଛି । ସେ ଆହୁରି କହିଲେ ଯେ, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ଫେବୃଆରୀ ୧୦ରୁ ୧୯ ତାରିଖ ମଧ୍ୟରେ ପ୍ରତ୍ୟେକ ଘରକୁ ଗସ୍ତ କରିବେ ଏବଂ ଔଷଧ ପ୍ରଦାନକାରୀଙ୍କ ସମ୍ମୁଖରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ସମସ୍ତ ଯୋଗ୍ୟ ଜନସାଧାରଣଙ୍କୁ ନିବେଦନ କରିବେ ।

ଏହି ଔଷଧଗୁଡିକ ନିରାପଦ ଏବଂ ଏଗୁଡିକର ପ୍ରାୟତଃ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ସେ ପ୍ରକାଶ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ରାଜ୍ୟ ସଂଯୋଜକ ଡା. ବି ପି ଦତ୍ତ ଏହି ଔଷଧଗୁଡିକର ଅତିରିକ୍ତ ଫାଇଦା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଲେ ଯେ, “ଏମ୍‍ଡିଏ ସମୟରେ ଦିଆଯାଉଥିବା ଆଲବେଣ୍ଡାଜୋଲ୍‍ ଭଳି ଔଷଧ ସେବନ ଦ୍ୱାରା କୃମିନାଶ ଭଳି ଅତିରିକ୍ତ ଫାଇଦା ରହିଛି, ଯାହା ପିଲାଙ୍କ ଠାରେ ପୋଷକ ତତ୍ୱର ଗ୍ରହଣୀୟତାରେ ବୃଦ୍ଧି ଘଟାଇଥାଏ ଏବଂ ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ ।”ସେ ମଧ୍ୟ କହିଥିଲେ ଯେ “ଆଲବେଣ୍ଡାଜୋଲ୍‍କୁ ଚୋବେଇ ଚୋବେଇ ଖାଇବାକୁ ହେବ ଏବଂ ଡିଇସିକୁ ଗୋଟା ଆକାରରେ ଗିଳିଦେବାକୁ ହେବ ଏବଂ ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ସେବନ କରାଯିବା ଉଚିତ ।”

ସେ କହିଲେ ଯେ, “ହିତାଧିକାରୀମାନେ ଯଦି ବହୁ ସଂଖ୍ୟାରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ ତେବେ ଏହା ସଂକ୍ରମଣ ଶୃଙ୍ଖଳକୁ ଛିନ୍ନ କରିବ ।” ୩ ଜ୍ଝ ଚବଶର ପରିଶେଷରେ ଗ୍ଲୋବାଲ ହେଲ୍‍ଥ ଷ୍ଟ୍ରାଟେଜିସ୍‍ର ବରିଷ୍ଠ ଡାଇରେକ୍ଟର ଶ୍ରୀ ଅନୁଜ ଘୋଷ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇବା ସହିତ ଜୋର୍‍ ଦେଇ କହିଥିଲେ ଯେ, “ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆସିସ୍‍ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଜନସମୁଦାୟଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।”

Exit mobile version