ଖୋର୍ଦ୍ଧା ଜିଲ୍ଲା ୯ନଂ ଜୋନ ରେ ବିଜେଡିର ପଲ୍ଲା ଭାରି .. ବିଜେଡି ସହ ବିଜେପି ର ଲଢେ଼ଇ – ଶୋଇଛି କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବ୍ରୁଆରୀ ଗୁରୁବାର ) ଖୋର୍ଦ୍ଧା :- ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚାଲିଛି ନିର୍ବାଚନ ଲଢ଼େଇ । ଭୋଟର ପିନ୍ଧାଇବେ ବିଜୟଟୀକା, ଚଳିତ ଥର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ରୁ ମିତାଞ୍ଜଳି ବଳିୟାରସିଂ, ବିଜେପି,ଆଶିଷ କୁମାର ବରିସଲ, କଂଗ୍ରେସ ଚନ୍ଦ୍ରକାନ୍ତ ମହାରଥୀ ଭୋଟକୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରୁଛନ୍ତି ପ୍ରାର୍ଥୀ ମାନେ । ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ୯ ନମ୍ବର  ଜୋନରେ ବିଜେଡି ରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି ମିତାଞ୍ଜଳି ବଳିୟାରସିଂ ।

ଦୁଇ ଦୁଇ ଥର ସରପଞ୍ଚ ପ୍ରାର୍ଥୀ ହୋଇ ସାଗର ବଳିୟାରସିଂ  ଗାଁ ଗୁଡ଼ିକର ଉନ୍ନତି କରି ଆସିଛନ୍ତି ।ହେଲେ ଚଳିତ ବର୍ଷ ମହିଳା ସଂରକ୍ଷଣ ଆସନ ହୋଇଥିବାରୁ  ସାଗର ବଳିଆରସିଂ ଙ୍କ ଧର୍ମ ପତ୍ନୀ ମିତାଞ୍ଜଳି ବଳିୟାରସିଂ ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ୁଛନ୍ତି । ବିଶେଷ ଭାବେ ଦୀର୍ଘ ଦିନ ଧରି ରାଜନୀତିର ଶୀର୍ଷରେ ପାଦ ଥାପିଥିବା ସାଗର ବଳିଆରସିଂ ଜଣେ ଅଭିଜ୍ଞ ରାଜନେତା ଓ ସୁଶାସକ ରୂପେ ପରିଚିତ ।

ତେବେ ବଡ଼ପୋଖରିଆ ୯ ନମ୍ବର ଜୋନରେ ବିଜେଡି , ବିଜେପି ସହ ଲଢେ଼ଇ ଜୋର ଧରିଥିବା ବେଳେ କଂଗ୍ରେସ ର କୌଣସି ଅସ୍ଥିତ୍ୱ ନଥିଲା ଭଳି ମନେ ହଉଛି । ଚଳିତ ବର୍ଷ ଅଭିଜ୍ଞତା ଥିବା ରାଜନେତା ଙ୍କ ସହ ସମ୍ମୁଖ ଯୁଦ୍ଧ କରି ବିଜେପି ଧରାଶାୟୀ ହେବା ସହ ବିଜେଡି ୭ ଟି ଯାକ ପଞ୍ଚାୟତ ରେ ଜିତିବାର ଆଶା ଜୋର ଥିବା କଥା ଜନସଧାରଣ ରେ ଚର୍ଚ୍ଚା ହେଉଛି । ରାଜନୀତି ମହଲରେ ବିଜେଡି ,ବିଜେପି ମଧ୍ୟରେ ସତ୍ତା କାହା ହାତକୁ ଯିବ..?  ଏହାକୁ ନେଇ ଏକ ପ୍ରକାର ଘୋ ଉଠିଛି ।

Exit mobile version