ଭୁକ୍ତା ସିଏଚସି ରେ ଜାତୀୟ କୃମି ନାଶକ କର୍ମଶାଳା

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ବରଗଡ଼:- ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଜାତୀୟ କୃମି ନାଶକ କର୍ମଶାଳା ଓ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଡାକ୍ତର ଦୁର୍ଗା ପ୍ରସାଦ ଦାସ ଙ୍କ ଅଧକ୍ଷତା ଅନୁଷ୍ଠିତ କର୍ମଶାଳା ରେ ଶିଶୁ ଠାରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକାଙ୍କୁ କୃମି ନାଶକ ଔଷଧ ବଣ୍ଟନ ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଫେବୃୟାରୀ ୧୦ ରୁ ୧୬ ତାରିଖ ମଧ୍ୟରେ ୧ରୁ ୫ ବର୍ଷ ବୟସର ଶିଶୁ ମାନଙ୍କୁ ୫ ଏମଏଲ ସିରଫ

,ଓ ଫେବୃଆରୀ ୭ରୁ୧୬ ତାରିଖ ମଧ୍ୟରେ ବାଳକ, ବାଳିକାଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବାକୁ ଆଲୋଚନା ହୋଇଥିଲା। ଏଥିରେ ଡୁଙ୍ଗୁରୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୈ।ମ୍ୟରଞ୍ଜନ ଭୋଇ, ଆରବିଏସକେ ଡାକ୍ତର ଅଞ୍ଚଳ ପ୍ରଧାନ,ନିମିସୟା ପଧାନ,ସୁଦାମ ପାଣିଗ୍ରାହୀ, ଗୋବିନ୍ଦ ପ୍ରଧାନ, ମେଘନାଦ ପ୍ରଧାନ, ଜୟକୃଷ୍ଣ ମହାପାତ୍ର, ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ,ଆଇସିଡିଏସ, ସିଆରସିସିର ସୁପରଭାଇଜର ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version