ପାରଳାଖେମୁଣ୍ଡି ସ୍ଥିତ ୟୁନିୟନବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ବାରା ମହିଳା ମାନଙ୍କୁ ସିଲାଇ ତାଲିମ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର )ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ୟୁନିୟନବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳାମାନଙ୍କୁ ସିଲାଇ ତାଲିମ କାର୍ଯ୍ୟକ୍ରମର ପ୍ରଶିକ୍ଷାର୍ଥୀ ପ୍ରଦାନ କରାଯାଇଛି l ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ସେଟି ବଜାର ପ୍ରାଙ୍ଗଣରେ ଗୋଟିଏ ଆର୍ସେଟି ବଜାର ଆରମ୍ଭ କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ଏହାକୁ ଉଦ୍ଘାଟନ କରିଛନ୍ତି ଟେଲର ଶିକ୍ଷାର୍ଥୀମାନେ ସିଲାଇ ଶିଖି ତିଆରି କରିଥିବା ଭିନ୍ନ ଭିନ୍ନ ପ୍ରକାରର ମହିଳା ପୋଷାକ ପତ୍ର ଏହି ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେଉଛି। ଏଣୁ ଜନସାଧାରଣଙ୍କୁ ଅନୁରୋଧ ଏହି ବଜାର ପରିଦର୍ଶନ କରି ଶସ୍ତାରେ ମିଳୁଥିବା ପୋଷାକ କ୍ରୟ କଲେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ଯୁବତି ଟେଲର ମାନେ ଆନନ୍ଦିତ ହୁଅନ୍ତେ।ଏହି ବଜାର 16ଦିନ ପାଇଁ ଚାଲୁ ରହିବ lଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତୀ ଏବଂ ଅନ୍ୟ କର୍ମଚାରୀ ମାନେ ଏହି ବଜାରକୁ ପରିଚାଳନା କରୁଛନ୍ତି।

Exit mobile version