
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ୧୪୨ ବର୍ଷ ପୂର୍ବର କଥା, ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପତ୍ତନମ ନିକଟବର୍ତ୍ତି ଏକ ଗାଁରେ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମ ହୋଇଥିଲେ । ସେ ୧୯ ବର୍ଷ ବୟସରେ ବ୍ରିଟିସ ଆର୍ମିରେ ଯୋଗ ଦେଇ ତାଙ୍କର କ୍ୟାରିଅରର ଶୁଭାରମ୍ଭ କରିଥିଲେ । ବ୍ରିଟିସ ଆର୍ମିିରେ ଥିବା ଅବସ୍ଥାରେ ଏକ ଯୁଦ୍ଧରେ ମହାତ୍ମା ଗାନ୍ଧିଙ୍କ ସହ ତାଙ୍କର ଦେଖା ହୋଇଥିଲା । ମହାତ୍ମା ଗାନ୍ଧିଙ୍କ ସହ ଦେଖା ହେବା ପରେ ତାଙ୍କ ମନରେ ଦେଶ ପ୍ରେମ ଜାଗି ଉଠିଥିଲା । ପରେ ସେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରେ ସ୍ୱାଧିନତା ସଂଗ୍ରାମୀ ଭାବେ ଯୋଗ ଦେଇଥିଲେ ।

