୪୩ତମ ସାମ୍ବତ୍ସରିକ ବାର୍ଷିକ ଉତ୍ସବ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ : ସ୍ମୃତି ସମ୍ମାନ ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀଙ୍କୁ – ‘ଅଭିମନ୍ୟୁ ସାମନ୍ତସିଂହାର ଏ ମାଟିକୁ ଆସିବା ଏକ ବରଦାନ’

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ଚଣ୍ଡିଖୋଲ :- ବହୁ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଯୁଗାନ୍ତର ସାଂସ୍କୃତିକ ପରିଷଦର ୪୩ତମ ସାମ୍ବତ୍ସରିକ ବାର୍ଷିକ ଉତ୍ସବ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଆଜି ଅନୁଷ୍ଠାନର ଜନ୍ମପୀଠ ରଇପୁର ଘାଟକୂଳ ଠାରେ ପୂର୍ବତନ ସଭାପତି ଭଜହରି ମହାପାତ୍ରଙ୍କ ନାମରେ ନାମିତ ମଣ୍ଡପଠାରେ ପାଳିତ ହୋଇଥିଲା । ଏଥିରେ ସଭାପତି କିଶୋର ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ କହିଲେ, କବି ତୀଳକ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚନାରେ ସେ ଓଡ଼ିଆ ବ୍ୟବହାରିକ ଭାଷାର ସରଳ ବିନିଯୋଗ କରିଛନ୍ତି । ପ୍ରକୃତିର ଅବଦାନ ଅପାର। ସେହି ପ୍ରକୃତିକୁ ଅଭିମନ୍ୟୁ ତାଙ୍କ ରଚନାରେ ମଧ୍ୟ ଚିରଜୀବୀ କରିଛନ୍ତି । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବକ୍ତା ଲେଖକ ଶରଣାର ବିନ୍ଦ ଯୋଗଦେଇ କହିଲେ ଯେଉଁ କ୍ଷେତ୍ର ପୂର୍ବରୁ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ସାରିଥିଲା ସେହି ମାଟିରେ ଅନେକ କବି ଜନ୍ମ ନେଇଛନ୍ତି । ଅଭିମନ୍ୟୁ ସାମନ୍ତ ସିଂହାର ଏହି ମାଟିକୁ ଆସିବା ଏକ ବରଦାନ ବୋଲି ସେ ଅବିହିତ କରିଥିଲେ ।

ସମାଜରେ ରାସକ୍ରିୟା ପ୍ରସଙ୍ଗ ବହୁ ଆଗରୁ ରହିଅଛି । ମାତ୍ର ଅଭିମନ୍ୟୁ ସେହି ବିଷୟକୁ ତାଙ୍କ ସାହିତ୍ୟ ମାଧ୍ୟରେ ଆଉଟିକେ ରସାଣିତ କରିଛନ୍ତି । ଯିଏ ଲୋମଶ ମୁନୀ ଥିଲେ ସିଏ ଅଭିମନ୍ୟୁ ସାମନ୍ତ ସିଂହାର ବୋଲି ସନ୍ଥ ଅରକ୍ଷିତ ଦାସ ସ୍ଵୀକାର କରିଛନ୍ତି ବୋଲି ସେ ପ୍ରମାଣ କରିଥିଲେ । ଚଳିତ ବର୍ଷର ଯୁଗାନ୍ତର ସମ୍ମାନ ଡଃ ରବୀନ୍ଦ୍ର ବିହାରୀ, ଯୁଗାନ୍ତର କଳା ସାହିତ୍ୟ ସମ୍ମାନ ଶରଣାରବିନ୍ଦ ଓଝାଙ୍କୁ ସଂଗ୍ରାମୀ ଦୁର୍ଯ୍ୟୋଧନ ମହାପାତ୍ର ସ୍ମୃତି ସମ୍ମାନ ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀଙ୍କୁ, ସଂଗ୍ରାମୀ ବିଚିତ୍ରାନନ୍ଦ ରାୟ ସ୍ମୃତି ସମ୍ମାନ ଡ଼ାକ୍ତର ବିଜୟ କୁମାର ଶତପଥୀଙ୍କୁ, ସଂଗ୍ରାମୀ ଅଭିମନ୍ୟୁ ମହାପାତ୍ର ସ୍ମୃତି ସମ୍ମାନ ଶ୍ରୀମତୀ ଛନ୍ଦା ମିଶ୍ରଙ୍କୁ, ଶିକ୍ଷାବିତ୍ ନବଘନ ଜେନା ସ୍ମୃତି ସମ୍ମାନ ପ୍ରଫେସର ନନ୍ଦ କିଶୋର

ପରିଡ଼ାଙ୍କୁ ଅନନ୍ତ କିଶୋର ନାଟ୍ୟ ସମ୍ମାନ ଯତିନ୍ଦ୍ର ମହାପାତ୍ରଙ୍କୁ ଶିକ୍ଷାବିତ୍ ଭଜହରୀ ମହାପାତ୍ର ସ୍ମୃତି ସମ୍ମାନ ପ୍ରଫେସର ଡ଼ ଜଗନ୍ନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଆଞ୍ଚଳିକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ସରସ୍ଵତୀ ଶିଶୁମନ୍ଦିର ବାଲିଚନ୍ଦ୍ର ପୁରର ଛାତ୍ର ଶ୍ରଦ୍ଧା ସାମଲ, ମହେଶ୍ଵର ମହୁ ଉଚ୍ଚବିଦ୍ୟାଳୟର ସ୍ଵୟଂଶ୍ରୀ ସେନାପତି, ପଞ୍ଚାୟତ ଉଚ୍ଚବିଦ୍ୟାଳୟ ରାମପୁରର ପଲ୍ଲୀଶ୍ରୀ ମଲ୍ଲିକଙ୍କୁ ଦୁର୍ଗାଦେବୀ ପ୍ରତିଭା ସମ୍ମାନ, ମହେଶ୍ବର ମହ ହାଇସ୍କୁଲର ଦୀପ୍ତିମୟୀ ମହାନ୍ତିଙ୍କୁ ବାଞ୍ଛା ନିଜ୍ ମାତୃଭାଷା ସମ୍ମାନ, ଜନକ ପଲ୍ଲୀ ପ୍ରଭା ବିଦ୍ୟାୟନର ସତ୍ୟପ୍ରକାଶ ସାମଲ, ଅଲିଆବାଦ ଉଚ୍ଚବିଦ୍ୟାଳୟର ରାଜନନ୍ଦିନୀ ଘଡ଼ାଇ, ଅଜଣା ଉଚ୍ଚ ବିଦ୍ୟାଳୟର

ସ୍ଵପ୍ନାରାଣୀ ଶ୍ୟାନ୍ତି, ରଇପୁର ସରକାରୀ ହାଇସ୍କୁଲର ପ୍ରିତି ସୁଧା ସେନାପତିଙ୍କୁ ବେଣୁଧର ରାଉତ ଛାତ୍ର ପ୍ରତିଭା ସମ୍ମାନ ଓ ତାଳୁଆ ବାଲିକୁଦା ଉନ୍ମିତ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ କେଶବ ଚନ୍ଦ୍ର ମେମୋରିଆଲ ସିଲଡ଼ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଡଃ ଭାଗ୍ୟଧର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଉମାକାନ୍ତ ବଳ ଧନ୍ୟବାଦ ଦେଇଥିଲେ । ଛାତ୍ରୀ ଅନନ୍ୟା ଓ ଇପ୍‌ସିତାଙ୍କ ଦ୍ବାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ବିଧାନ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ । ଛନ୍ଦା ମିଶ୍ର ଓ ଶରଣାବିନ୍ଦଙ୍କ ସଂଗୀତ ପରିବେଷଣ ଦର୍ଶକ ମାନଙ୍କୁ ଆମୋଦିତ କରିଥିଲା ।

 

Exit mobile version