ସମିତିସଭ୍ଯ ପ୍ରାର୍ଥନୀ କୁ ଜିତେଇବା ନେଇ ବୈପାରିଗୁଡା ପଞ୍ଚାୟତରେ ଜମୁଛି ପ୍ରଚାର

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ର ବୈପାରିଗୁଡା ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ୬ ଜଣ ସମିତିସଭ୍ଯ ପ୍ରାର୍ଥୀନୀ ପଦାର୍ପଣ କରିଛନ୍ତି l ବ୍ଲକର ବୈପାରିଗୁଡା ପଞ୍ଚାୟତରେ ଥିବା ସମିତିସଭ୍ୟ ପ୍ରାର୍ଥୀ ସବୁ ସମୟରେ ଚର୍ଚ୍ଚାର ପରିସର ଭିତ ରହୁଥିବା ବେଳେ ସମସ୍ତ ପ୍ରାର୍ଥନୀ ମାନେ ସେମାନଙ୍କ ସମର୍ଥକ ମାନଙ୍କୁ ନେଇ ବୈପାରିଗୁଡା ପଞ୍ଚାୟାତର ସମସ୍ତ ଛୋଟବଡ ଗାଁ ଗହଳିକୁ ଯାଇ ପ୍ରଚାର କରିବା ସହ ନିଜ ପାଇଁ ଭୋଟ ମାଗୁଥିବାର ଦେଖାଯାଇଛି !

ଅନୀତା ନିଜ ପଞ୍ଚାୟତର ପୁରୁଖା ଲୋକ ମାନଙ୍କୁ ସାଙ୍ଗ ରେ ନେଇ ନିର୍ବାଚନର ରଣ କୌଶଳକୁ ଆପଣେଇ ପ୍ରଚାର ଆଗକୁ ବଢ଼ାଇଛନ୍ତି l ବୈପାରିଗୁଡା ପଞ୍ଚାୟତ ର ବୈପାରିଗୁଡା ଗ୍ରାମ ରୁ ସମିତିସଭ୍ଯା ପ୍ରାର୍ଥନୀ ଭାବେ ଅନୀତା ବିଶୋଇ ତ୍ରିସ୍ତରୀୟ ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ କାରୀ ଯୋଜନାକୁ ଭୋଟର ନିକଟକୁ ନେଇ ଭୋଟର ମାନଙ୍କ ଆସ୍ଥା ଭାଜନ ହେଉଛନ୍ତି l ଜନସାଧାରଣଙ୍କୁ ପାନୀୟ ଜଳ,ରାସନ କାର୍ଡ ,ବିଜୁ ପକ୍କାଘର ଭଳି ଅନେକ ମୌଳିକ ସମସ୍ୟା ବିଜୟ ଲାଭ କରିବା ପରେ ସମାଧାନ କରିବାକୁ ପ୍ରତିଶୁତି ଦେଉଥିବାର ଦେଖାଯାଇଛି !

ଆଗାମୀ ଦିନରେ ନିଜ ପଞ୍ଚାୟତକୁ ରାଜ୍ୟ ସରକାରଙ୍କ ବିକାଶ ର ଧାରାରେ ସାମିଲ କରିବା ନେଇ ସମିତିସଭ୍ଯ ପ୍ରାର୍ଥୀନୀ ଅନୀତା ବିଶୋଇଙ୍କୁ କେଟଲି ଚିହ୍ନ ରେ ବିପୁଳ ସଂଖ୍ୟାରେ ମୋହର ଦେଇ ଜୟଯୁକ୍ତ କରାଇବାକୁ ସମର୍ଥକ ମାନେ କହି ଘର ଘର ବୁଲି ଅନୁରୋଧ କରୁଛନ୍ତି ! ଘରକୁ ଘର ବୁଲି ନିଜର ରଣ କୌଶଳ ରେ ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଉଦ୍ଦେଶ୍ଯରେ ନିଜେ ଅନୀତୀ ବାହାରି ପ୍ରଚାର ଆରମ୍ଭ କରିଥିବାର ଦେଖିବାକୁ ମିଳିଛି l

Exit mobile version