ଦଶମନ୍ତପୁର ଠାରେ ମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାପରିଷଦ ସମିତିସଭ୍ୟ ସରପଚଂ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନୀ ସଭା

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଚଂୟାତ ଠାରେ ହସ୍ତତନ୍ତ୍ର ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ନିର୍ବାଚନୀ ପ୍ରଚାର କରିବା ସହ ସ୍ଥାନୀୟ କର୍ମୀ ମାନଙ୍କୁ ନେଇ ଏକ ସଭା କରିଥିବାର ଜଣାପଡିଛି .ଏହି ନିର୍ବାଚନୀ ସଭାରେ ବରିଷ୍ଟ ବିଜେଡି କର୍ମୀ ଆର.ଶ୍ରୀ ନିବାସ ରାଓ , ଜିଲ୍ଲା ସମ୍ପାଦକ ଆର.ଦାମ୍ଭିକା ରାଓ ,ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକ, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ଲଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବୈପାରିଗୁଡା ଜୋନ୍‌-୨ ଜିଲ୍ଲାପରିଷଦ ପ୍ରାର୍ଥନୀ କମଳା ନାୟକ ଓ ଦଶମନ୍ତପୁର ପଚଂୟାତ ପାଇଁ ଠିଆ ହୋଇ ଥିବା ସରପଚଂ ପ୍ରାର୍ଥୀ ଆର. ରୋହିତ କୁମାର ,

ସମିତି ସଭ୍ୟ ଜୟନ୍ତ ପାଣ୍ଡି ଙ୍କୁ ବିଜୟ କରିବା ନେଇ ଦଶମନ୍ତପୁର ଗ୍ରାମର ହାଟପଡିଆ ଠାରେ ଦଳୀୟ କର୍ମୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ସେମାନଙ୍କ ପାଇଁ ହାଟରେ ପ୍ରଚାର କରିଛନ୍ତି . ହସ୍ତତନ୍ତ୍ର ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ନିର୍ବାଚନୀ ସଭାରେ ଯୋଗଦାନ କରି ଲୋକଙ୍କୁ ପାଇଁ ରାଜ୍ୟସରକାରଙ୍କ ତରଫରୁ କିପରି ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଇଛି ଏବଂ ଓଡିଶାବାସୀ ତାହାର ଭରପୁର ଫାଇଦା ନେଉଛନ୍ତି

ଏବଂ ଆଗକୁ ଆହୁରୀ ନୁତନ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ ସେହି ବିଷୟକୁ ନେଇ କର୍ମୀ ଓ ପଚଂୟାତ ବାସୀଙ୍କୁ କହିଥିଲେ . ରାଜ୍ୟରେ ଥିବା ନବୀନ ସରକାରଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ବିଜେଡି ଦଳ ପକ୍ଷରୁ ଛିଡା ହୋଇଥିବା ଜିଲ୍ଲାପରିଷଦ ପ୍ରାର୍ଥୀନୀ, ସରପଚଂ ଓ ସମିତି ସଭ୍ୟା ଙ୍କୁ ବିଫୁଳ ମାତ୍ରାରେ ବିଜୟ କରିବା ପାଇଁ ଭୋଟ ମାନଙ୍କୁ ନିବେଦନ କରିଥିଲେ .

Exit mobile version