ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି : ପୋଲିସ କମିସନରଙ୍କୁ ଭେଟିଲେ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ସାଧାରଣ ସଂପାଦକ ଶ୍ରୀ ରଜତ ଚୌଧୁରୀ ଏବଂ ପିସିସିର ପୂର୍ବତନ ରାଜନୈତିକ ସଚିବ ଶ୍ରୀ ପ୍ରକାଶ ମିଶ୍ର କ୍ୟାପିଟାଲ ଥାନା ଅଧିକାରୀଙ୍କ ଅପାରଗତା, ପକ୍ଷପାତିତା ଏବଂ ଦୁର୍ନୀତି ବିରୋଧରେ ଭୁବନେଶ୍ୱର ପୋଲିସ କମିସନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶିଙ୍କୁ ସାକ୍ଷାତ କରି ଜଣାଇଥିଲେ ।

ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି ଯେ କ୍ୟାପିଟାଲ ଥାନା ଅଧିକାରୀ ଶ୍ରୀ ଗିରିଜା ଚକ୍ରବର୍ତୀଙ୍କର ତିନିବର୍ଷ ହେବ ବଦଳି ହେବାପରେ ବି ସେ କେଉଁ ଆଧାରରେ କ୍ୟାପିଟାଲ ଥାନାରେ ରହିଛନ୍ତି..?

ତାଙ୍କ ନାମରେ ଦୁର୍ନୀତି, ପକ୍ଷପାତିତା, ଅପରାଧ ନିୟନ୍ତ୍ରଣରେ ବିଫଳତା ହେବାର ବହୁ ଅଭିଯୋଗ ପରେ ବି ଜଣେ ଏଭଳି ଅଫିସରଙ୍କୁ କିପରି କ୍ୟାପିଟାଲ ଥାନାଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାର୍ଯ୍ୟକରିବାକୁ ଦିଆଯାଇଛି..?

କ୍ୟପିଟାଲ ଥାନାର ସୀମାଭିତରେ ଛିନତେଇ, ଡକାୟତି, ଡ୍ରଗ୍ସ ନିଶାକାରବାର ବଢ଼ିଚାଲିଥିଲା ବେଳେ ଏହି ଅଫିସର ଜଣଙ୍କ ଏଠାରେ କେଉଁ କାମ କରୁଛନ୍ତି ..?

କଂଗ୍ରେସ ଭବନ ପୋଡ଼ିରେ ସଂପୃକ୍ତ ଥିବା ଅପରାଧୀଙ୍କୁ ଧରିବା ବଦଳରେ ଛାତ୍ରନେତା ନିହାର ରଂଜନ ବେହେରାଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନୱାଜ କହିଛନ୍ତି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସ୍ ଯେଭଳି ନିରପେକ୍ଷତା ଅବଲମ୍ବନ କରିବାକଥା ଶ୍ରୀ ଚକ୍ରବର୍ତି ସେହି ଦାୟୀତ୍ୱ ନିର୍ବାହ କରୁନାହାନ୍ତି । ବିରୋଧି ଦଳର କଣ୍ଠରୋଧ କରିବାପାଇଁ ଛାତ୍ରନେତାଙ୍କ ନାମରେ ମିଥ୍ୟା ମକଦମା ରୁଜୁ କରୁଛନ୍ତି ।

କୌଣସି ଗଣ୍ଡଗୋଳରେ ଶ୍ରୀ ବେହେରା ସାମିଲ ନଥାଇ କାହା ଚାପରେ ତାଙ୍କୁ ଗିରଫ କରି ହାଜତ ପଠାଯାଇଛି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱର ପୋଲିସ କମିସନର ଛାତ୍ର କଂଗ୍ରେସର ଅଭିଯୋଗ ଗ୍ରହଣ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି ।

Exit mobile version